ସାଂସଦଙ୍କ ଖେଳ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ଗଣିଆ (ବିଶ୍ଵରଞ୍ଜନ୍ ସେଠି) ଶନିବାର ପୂର୍ବାହ୍ନରେ ଗଣିଆ ବ୍ଳକ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ପରିସରରେ ସାଂସଦଙ୍କ ଖେଳ ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ରାଉତରାୟଙ୍କ ସଭାପତିିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସାଂସଦଙ୍କ ବ୍ଳକ ପ୍ରତିନିଧି ଶରତ କୁମାର କର, ବିଭୁତିଭୁଷଣ ପଣ୍ଡା, ଶୁଭ୍ରଜିତ ପଣ୍ଡା, ଭାଗିରଥି ଗଡ଼ନାୟକ, ଗଣିଆ ବ୍ଳକର ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ, ଖେଳ ଶିକ୍ଷକ ବିଶ୍ୱରଂଜନ ସାହୁ, ବିକାଶ ରଂଜନ ମଲ୍ଳ, କୁମୁଦିନୀ ଦେଇ, ନିରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଏହି ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୧ ତାରିଖରୁ ଆରମ୍ଭ ହୋଇ ୪ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆଲୋଚନା ହୋଇଥିଲା । ଏଥିରେ କ୍ରିକେଟ, ଫୁଟବଲ, ଭଲିବଲ, କବାଡ଼ି, ଖୋଖୋ ଚେସ, ବ୍ୟାଡମିଂଟନ, ଓ ପୁଚି ଆଦି ୮ଗୋଟି କ୍ରୀଡ଼ା ଉଭୟ ବାଳକ ଓ ବାଳିକାଙ୍କୁ ନେଇ ୨ଗୋଟି କନିଷ୍ଠ ଓ ବରିଷ୍ଠ ବର୍ଗରେ ଅନୁଷ୍ଠିତ ହେବ । ୧ତାରିଖ ଦିନ ପୁଚି. ଚେସ ଓ ଖୋଖୋ, ୨ତାରିଖ ଦିନ ବ୍ୟଡମିଂଟନ (ଏକକ ଖେଳାଳୀ), ଭଲିବଲ, ଓ କ୍ରିକେଟ (କନିଷ୍ଠ ବର୍ଗ) , ୩ ତାରିଖ ଦିନ ଫୁଟବଲ, ଓ କ୍ରକେଟ (ବରିଷ୍ଠ ବର୍ଗ), ୪ତାରିଖ ଦିନ କବାଡ଼ି, ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଥିଲା । ପ୍ରତ୍ୟେକ ଦିନ ନିର୍ଦ୍ଧାରିତ ଖେଳ ପାଇଁ ସକାଳ ୮ଘଟିକାରୁ ୯ଘଟିକା ପର୍ଯ୍ୟନ୍ତ ପଂଜିକରଣ ସମୟ ଧାର୍ଯ୍ୟ କରାଯାଇଛି ।