ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଆଜି ହେଉଛି ଜନ୍ମଦିନ ।

ସାଉଥ୍ ସୁପରଷ୍ଟାର ରଜନୀକାନ୍ତ । ଆଜି ଏହି ମେଗା ଷ୍ଟାରଙ୍କ ଜନ୍ମଦିନ । ଯାହାକୁ ଏକ ଫେଷ୍ଟିଭାଲ ରୂପରେ ଦକ୍ଷିଣ ଭାରତରେ ସେଲିବ୍ରେଟ୍‌ କରାଯାଉଛି । ଇତିମଧ୍ୟରେ ୭୩ ବର୍ଷ ବୟସରେ ପାଦ ଥାପିଛନ୍ତି ରଜନୀକାନ୍ତ।ରାଜନେତାଙ୍କଠାରୁ ଆରମ୍ଭ କରି ସିନେ ଅଭିନେତା ସମସ୍ତେ ତାଙ୍କ ଶୁଭେଚ୍ଛା ଜଣାଉଛନ୍ତି। ରଜନୀକାନ୍ତ ବସ କଣ୍ଡକ୍ଟରରୁ ସାଉଥ ସୁପରଷ୍ଟାର । କିନ୍ତୁ ଅନେକଙ୍କୁ ଜଣାନାହିଁ କି, ସେ ବସ କଣ୍ଡକ୍ଟରଭାବେ କାମ କରିବା ପୂର୍ବରୁ ଏକ ମାଗାଜିନରେ କାମ କରୁଥିଲେ । ଯେଉଁଠି ତାଙ୍କୁ ଦିନକୁ ମାତ୍ର ୨ ଟଙ୍କା ଅର୍ଥାତ ମାସକୁ ୬୦ ଟଙ୍କା ଦରମା ରହିଥିଲା। ଜୀବନ ରେ ବହୁତ ସଂଘର୍ଷ କରି ଆଜି ସଫଳତା ରେ ସିଡ଼ି ଚଢ଼ିଛନ୍ତି |ଆଜି ରଜନୀକାନ୍ତ ଏକ ଫିଲ୍ମ ପାଇଁ ୧୦୦ କୋଟିରୁ କମ୍ ଟଙ୍କା ଚାର୍ଜ କରୁନାହାଁନ୍ତି। ନିକଟରେ ତାଙ୍କ ଫିଲ୍ମ ଜେଲର ରିଲିଜ୍ କରିଥିଲା। ଯେଉଁଥିପାଇଁ ସେ ୧୧୦ କୋଟି ଟଙ୍କା ଫି’ ନେଇଥିଲେ। ତାଙ୍କ ଫିଲ୍ମ ରିଲିଜ ହେବା ମାତ୍ରେ ଦର୍ଶକଙ୍କ ଭିଡ଼ ଜମିଥାଏ ।

ପ୍ରଶଂସକମାନେ ତାଙ୍କ ଫଟୋରେ କ୍ଷୀର ଢ଼ାଳି ଉତ୍ସବ ମଧ୍ୟ ମନାଇଥାନ୍ତି । ଏବେ ମଧ୍ୟ ସେ ହିରୋଭାବେ ନଜର ଆସୁଥିବାବେଳେ ଫିଲ୍ମ ବ୍ଲକବ୍ଲାଷ୍ଟର ହିଟ୍ ହେଉଛି । ବିଶ୍ବବ୍ୟାପୀ କଲେକ୍ସନ ମଧ୍ୟ ଭଲ ରହୁଛି । ଥ୍ରୀଡି ମୋସନ କ୍ୟାପଚର କ୍ୟାମେରାରେ କାମ କରିଥିବା ପ୍ରଥମ ଭାରତୀୟ ଅଭିନେତା ହେଉଛନ୍ତି ରଜନୀକାନ୍ତ। ସିବିଏସଇ ପାଠ୍ୟକ୍ରମରେ ମଧ୍ୟ ସ୍ଥାନ ପାଇଥିବା ପ୍ରଥମ ଅଭିନେତା । ଅନେକ ହିଟ୍ ଫିଲ୍ମଙ୍କୁ ଉପହାର ଦେଇଥିବା ରଜନୀକାନ୍ତ ବହୁ ହିରୋଇନଙ୍କ ସହ ସ୍କ୍ରିନରେ ରୋମାନ୍ସ କରିଛନ୍ତି । ବାସ୍ତବରେ ମଧ୍ୟ ସେ ପ୍ରେମ ବିବାହ କରିଛନ୍ତି । ବସ କଣ୍ଡକ୍ଟର ଥିବାବେଳେ ପ୍ରୋପୋଜ କରିଥିଲେ । ଏହାପରେ ଉଭୟଙ୍କ ବିବାହ ହୋଇଥିଲା ।