ସାତକୋଶିଆ ଗଣ୍ଡ ହେଲା ରାମସର ସାଇଟ ,ଆଦ୍ରଭୂମିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମାନ୍ୟତା ଦେଲା ୟୁନେସ୍କୋ

ଗଣିଆ -(ବିଶ୍ୱରଞ୍ଜନ ସେଠୀ/୪/୦୮)- ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକର ପ୍ରସିଦ୍ଧ ପଯ୍ୟଟନ କେନ୍ଦ୍ର ସାତକୋଶିଆକୁ ମିଳିଲା ‘ରାମସର ସାଇଟ୍’ର ମାନ୍ୟତା । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରି ଏପରି ଘୋଷଣା କରାଯାଇଛି । ଦେଶର ମୋଟ୍ ୧୦ଟି ଆର୍ଦ୍ରଭୂମିକୁ ଏହି ମାନ୍ୟତା ଦିଆଯାଇଛି । ସେଥିମଧ୍ୟରୁ ସାତକୋଶିଆ ଗଣ୍ଡର ନାଁ ମଧ୍ୟ ରହିଛି । ବିଶ୍ୱର ଆର୍ଦ୍ରଭୂମିକୁ ସୁରକ୍ଷିତ ରଖିବା ‘ରାମସର ସାଇଟ୍’ ଘୋଷଣାର ଉଦ୍ଦେଶ୍ୟ । ଅନ୍ତର୍ଜାତୀୟ ସ୍ତରରେ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି ।ଆର୍ଦ୍ରଭୂମିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ୟୁନେସ୍କୋ ଏହି ମାନ୍ୟତା ଦେଇଥାଏ ।

ପୂର୍ବରୁ ଓଡ଼ିଶାର ଚିଲିକ ଓ ଭିତରକନିକା ଅଂଚଳକୁ ଏହି ମାନ୍ୟତା ମିଳିଥିଲା । ତୃତୀୟ ସ୍ଥାନ ଭାବେ ରାଜ୍ୟର ସାତକୋଶିଆକୁ ଏହି ମାନ୍ୟତା ମିଳିଛି । ଚଳିତଥର ୧୦ଟି ଅଞ୍ଚଳକୁ ଏହି ମାନ୍ୟତା ମିଳିଛି । ସେଥିମଧ୍ୟରୁ ତାମିଲନାଡୁର ୬ଟି ଅଂଚଳ ରହିଥିବା ବେଳେ ଗୋଆ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଓଡ଼ିଶାରୁ ଗୋଟିଏ ଲେଖାଏଁ ଅଞ୍ଚଳ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୬୪ଟି ଅଂଚଳ ‘ରାମସର ସାଇଟ୍’ ଘୋଷଣା କରାଯାଇଛି ।

ସୂଚନାଥାଉକି ଆଦିମ ଜଙ୍ଗଲ ପୂର୍ଣ୍ଡ ପ୍ରାକୃତିକ ପରିବେଶକୁ ନେଇ ଗଢି ଉଠିଥିବା ସାତକୋଶିଆ ଗଣ୍ଡ ଏକ ବିରଳ ସ୍ଥାନ । ଏହା ଆଜି ମଧ୍ୟ ସଭ୍ୟତାର ମୋହଠାରୁ ବହୁ ଦୂରରେ ।ସମ୍ବର, ବାର୍କିଂ ହରିଣ, ଜଙ୍ଗଲି ବାରହା ଆଦି ଜୀବମାନଙ୍କର ବାସସ୍ଥାନ। ଏହି ଅଭୟାରଣ୍ୟରେ ଚିତା, ମହାବଳ ବାଘ ମଧ୍ୟ ପରିଦୃଷ୍ଟ ହୋଇଥାନ୍ତି । କୋଚିଲାଖାଇ, ଫିସିଙ୍ଗ୍ ଇଗଲ୍, କ୍ରେଷ୍ଟେଡ୍ ସର୍ପେଣ୍ଟ ଇଗଲ, କଜଳପାତି, ଶାରୀ (ସୁନାକଣି ଓ ରୂପାକଣି) ଇତ୍ୟାଦି ପକ୍ଷୀ ମାନଙ୍କର ମଧୁର କାକଳିରେ ପ୍ରକୃତିର ଶାନ୍ତି ଚହକି ଯାଇଥାଏ । ବିରଳ ବାଦୁଡି, କଇଁଛ, ଗୁଣ୍ଡୁଚି, ଅହିରାଜ, ଅଜଗର, ଗୋଧି, ଘଡିଆଳ କୁମ୍ଭୀର, ମଗର କୁମ୍ଭୀର ଆଦି ବିଭିନ୍ନ ସରୀସୃପର ସମ୍ଭାର ଏହି ସ୍ଥାନରେ ଦେଖିବାକୁ ମିଳେ । ପାହାଡର ଉପରି ଭାଗରେ ଶୀତଳପାଣି ଏକ ସ୍ଥାନ ରହିଛି ଯେଉଁଠାରେ ବର୍ଷତମାମ ବରଫପରି ଥଣ୍ଡାପାଣି ଉପଲବ୍ଧ । ମୂଲ୍ୟବାନ ପ୍ରଜାତିର ଶିଶୁକାଠ, ସାତକୋଶିଆ ଅଭୟାରଣ୍ୟରେ ରହିଛି । ଭବ୍ୟ ସାତକୋଶିଆ ଗଣ୍ଡ ଓ ବିଶାଳ ମହାନଦୀର ମନୋରମ ଦୃଶ୍ୟକୁ ଉପଭୋଗ କରିବା ନିମନ୍ତେ ଛାମୁଣ୍ଡିଆ ନିକଟସ୍ଥ ବଡମୂଳଠାରେ ମହାନଦୀ ବନ୍ୟବିଭାଗ ତରଫରୁ ଏକ ସୁଉଚ୍ଚ ଟାଓ୍ୱାର ନିର୍ମାଣ କରାଯାଇଛି ।

ବଡମୂଳଠାରୁ ୮ କି.ମି. ଦୁର କୁତୁରୀଠାରେ ପଶୁମାନଙ୍କ ପ୍ରକୃତିକ ପ୍ରଜନନ କେନ୍ଦ୍ର ରହିଛି । ଅଭୟାରଣ୍ୟର ଜୀବଜନ୍ତୁଙ୍କ ନିମନ୍ତେ ମହାନଦୀ ବନ୍ୟ ବିଭାଗଦ୍ୱାର ପାଣିଟାଙ୍କି, ସଲ୍ଟଲିକ୍ , ଖାଦ୍ୟଉପଯୋଗୀ ଘାସ ଏବଂ ବୃକ୍ଷ ବାଟିକା ନିର୍ମାଣ କରାଯାଇ ଏହି କେନ୍ଦ୍ରକୁ ଆସୁଥିବା ବନ୍ୟ ଜୀବଜନ୍ତୁ ମାନଙ୍କୁ ସମୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯାଏ । ରାତିରେ ଜୀବଜନ୍ତୁଙ୍କ ଗତିବିଧି ଓ ଚାଲିଚଳନ ଲକ୍ଷ କରିବାପାଇଁ ଯାତ୍ରୀମାନଙ୍କ ନିମନ୍ତେ ବୃକ୍ଷ ଉପରେ ମଞ୍ଚ ଓ କୁଟୀର ବ୍ୟବସ୍ଥା ମଧ୍ୟ ରହିଛି । ସାତକୋଶିଆ ଅଭୟାରଣ୍ୟ ନୟାଗଡର ମହାନଦୀ ସଂରକ୍ଷିତ ଜଙ୍ଗଲ ଏବଂ ବୌଦ୍ଧ ଜିଲ୍ଲାର ନନ୍ଦାଗଡୁ ସଂରକ୍ଷିତ ଜଙ୍ଗଲ ପର୍ଯ୍ୟନ୍ତ ବ୍ୟାପିଛି ।ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟସେବା ନିମନ୍ତେ ଏହାନିକଟରେ ଗଣିଆ ସ୍ୱାଥ୍ୟକେନ୍ଦ୍ର ଅବସ୍ଥିତ