ସାନିଆ ମିର୍ଜାଙ୍କ ବାପା ଛାଡ଼ପତ୍ର ନେଇ ସ୍ପଷ୍ଟ କରିଛନ୍ତି । ଆଉ କହିଲେ ସାନିଆ ….

ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ । ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା। ଦୁହିଁଙ୍କ ବୈବାହିକ ଜୀବନରେ ନୂଆ ମୋଡ ନେଇଛି। ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଛନ୍ତି। ଏହି ବିବାହ କେବଳ ପାକିସ୍ତାନରେ ହୋଇଥିଲା। ଏହା ଶୋଏବଙ୍କ ତୃତୀୟ ବିବାହ ଥିଲା।ବୁଧବାର ସାନିଆ ମିର୍ଜା ସୋସିଆଲ ମିଡ଼ିଆରେ ଏଭଳି ଏକ ପୋଷ୍ଟ କରିଥିଲେ ଯେଉଁଥିରୁ ଜଣାପଡିଥିଲା ତାଙ୍କର ଛାଡପତ୍ର ଖବର ସତ୍ୟ। ସାନିଆ ଲେଖିଥିଲେ ଯେ ବିବାହ କଷ୍ଟକର, ଛାଡପତ୍ର ବି କଷ୍ଟକର।

ଜୀବନ କେବେବି ସହଜ ନୁହେଁ। ସବୁବବେଳେ କଷ୍ଟକର ରହିବ। କିନ୍ତୁ ଆମକୁ ସବୁବେଳେ ଚେଷ୍ଟା କରି ବଞ୍ଚିବାକୁ ପଡିବ। ତେବେ ଏହି ସୋସିଆଲ ମିଡିଆ ପୋଷ୍ଟର ୩ ଦିନ ପରେ ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଥିଲେ ସୋଏଲ ମଲ୍ଲିକ। ସାନିଆ ମିର୍ଜାଙ୍କ ବାପା ସାନିଆ ସୋଏବ ଛାଡ଼ପତ୍ର ନେଇ ସ୍ପଷ୍ଟ କରିଛନ୍ତି । ଇସଲାମର ଖୁଲା ଛାଡ଼ପତ୍ର ରୀତିନୀତିରେ ଏହି ବିବାହ ବିଚ୍ଛେଦ ହୋଇଛି। ଖୁଲା ଇସଲାମ ଧର୍ମରେ ଏପରି ଏକ ବ୍ୟବସ୍ଥା ଯେଉଁଥିରେ ପତ୍ନୀ ସ୍ବାମୀକୁ ନିଜ ଆଡ଼ୁ ଛାଡ଼ପତ୍ର ପ୍ରଦାନ କରିଥାଏ।…