ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷକୁ ବୃଦ୍ଧି ସମ୍ଭାବନା
ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ ଏବଂ ସେବା ଯୋଗାଣକୁ ଅଧିକ କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ରାଜ୍ୟରେ ନୂତନ ତହସିଲ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୭ ଜନଗଣନା ପରେ ରାଜ୍ୟରେ ତହସିଲ ସଂଖ୍ୟା ବଢ଼ିବ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ପ୍ରଥମ ପର୍ଯ୍ୟାୟରେ ବଡ଼ ତହସିଲକୁ ବିଭାଜନ କରାଯାଇ ଛୋଟ ତହସିଲ କରାଯିବ। ପ୍ରଥମ ପର୍ଯାୟରେ ଦୁଇଟି ପଞ୍ଚାୟତ ପାଇଁ ଗୋଟିଏ ଆର୍ଆଇ ସର୍କଲ କରାଯିବ। ପରେ ସବୁ ପଞ୍ଚାୟତରେ ଆର୍ଆଇ ସର୍କଲ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷକୁ ବୃଦ୍ଧି ସମ୍ଭାବନା । ଏବେ ୪ ଲକ୍ଷ ମିଳୁଛି କ୍ଷତିପୂରଣ, ୧୦ ଲକ୍ଷକୁ ବୃଦ୍ଧି ସୁପାରିସ ହୋଇଛି । ଏନେଇ ସୁପ୍ରିମ କୋର୍ଟଙ୍କ ଗାଇଡ ଲାଇନ ଆସିଥିବା ସୂଚନା ରହିଛି । ସୁପ୍ରିମକୋର୍ଟ ନିର୍ଦ୍ଦିଷ୍ଟ ମାମଲାରେ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ସୁରେଶ ପୂଜାରୀ ।
