ସାପ ଚୋଟରେ ଗଲା ସାପ ଧରାଳୀଙ୍କ ଜୀବନ
କାଳ ସାଜିଲା ସାପ ସହ ଖେଳ । ସାପ ଚୋଟରେ ଗଲା ସାପ ଧରାଳୀଙ୍କ ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସିଂଧେକେଲା ଥାନା ଅଞ୍ଚଳରେ l ମୃତକ ହେଲେ ସିଂଧେକେଲା ଗାଁ ସାହୁପଡାର ସନ୍ତୋଷ ଚନ୍ଦା ଲ ଉଚନାମୁତାବକ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ବକାଗୁରା ଗାଁର ଜଣଙ୍କ ଘରୁ ସାପ ଧରିଥିଲେ ସନ୍ତୋଷ ଚାନ୍ଦ। ଘରୁ ସାପ ଉଦ୍ଧାର କରିବା ପରେ ଗାଁ ଦାଣ୍ଡରେ ସେହି ସାପ ସହ ଖେଳ ଖେଳିଥିଲେ। ସାପ ସହିତ ଖେଳ କରୁ କରୁ ସାପ ଚୋଟ ମାରିଦେଇଥିଲା । ସଙ୍ଗେ ସଙ୍ଗେ ସେଠାରେ ଥିବା ଲୋକ ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
