ସାବରିମାଲା ମନ୍ଦିରରୁ ସାଢେ ୪ କିଲୋ ସୁନା ନିଖୋଜ
କେରଳରେ ଥିବା ପ୍ରସିଦ୍ଧ ମନ୍ଦିର ହେଉଛି ସାବରୀମାଳା ମନ୍ଦିର । ମନ୍ଦିରରୁ କୋଟି କୋଟି ଟଙ୍କାର ସୁନା ରହସ୍ୟମୟ ଭାବେ ନିଖୋଜ ହୋଇଯାଇଛି । ସୁନା ହଜିଥିବା ହେତୁ ଚିନ୍ତାର ବିଷୟ ପାଲଟିଛି । ମାମଲାଟି ହାଇକୋର୍ଟରେ ପହଞ୍ଚିବା ପରେ କୋର୍ଟ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାଟି ମନ୍ଦିରର ସ୍ୱର୍ଣ୍ଣ ମଣ୍ଡନ (ଗୋଲ୍ଡ ପ୍ଲେଟିଂ) କାର୍ଯ୍ୟ ସହିତ ଜଡ଼ିତ।୨୦୧୯ ମସିହାରେ, ସବରିମାଳା ମନ୍ଦିରର ଗର୍ଭଗୃହ (ସନ୍ନିଧାନମ) ଉପରେ ସୁନାର ଆବରଣ (ଗୋଲ୍ଡ ପ୍ଲେଟିଂ) ଚଢ଼ାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିପାଇଁ ମନ୍ଦିରରୁ ପ୍ରାୟ ୪୨.୪୫ କିଲୋଗ୍ରାମ ସୁନା ନିଆଯାଇଥିଲା। ଯୋଜନା ଅନୁଯାୟୀ, ଏହି ସୁନା ପ୍ଲେଟଗୁଡ଼ିକୁ ଏକ ବିଶେଷ ପ୍ରକ୍ରିୟା ମାଧ୍ୟମରେ ଗୋଲ୍ଡ ପ୍ଲେଟିଂ କରି ପୁଣି ଗର୍ଭଗୃହରେ ଲଗାଯିବାର ଥିଲା। କିନ୍ତୁ ଯେତେବେଳେ ଏହି ପ୍ଲେଟଗୁଡ଼ିକ ଫେରିଆସି ମନ୍ଦିରରେ ସ୍ଥାପିତ ହେଲା, ସେତେବେଳେ ଏକ ଆଶ୍ଚର୍ଯ୍ୟଜନକ ସତ୍ୟ ସାମ୍ନାକୁ ଆସିଥିଲା। ସୁନାର ଓଜନ ପ୍ରାୟ ୩୮ କିଲୋଗ୍ରାମକୁ କମିଯାଇଥିଲା। ଅର୍ଥାତ୍, ପ୍ରାୟ ୪.୪୫ କିଲୋଗ୍ରାମ ସୁନା ନିଖୋଜ ହୋଇଯାଇଥିଲା।ବିଚାରପତି ରାଜା ବିଜୟରାଘବନ ଭି ଏବଂ କେ.ଭି. ଜୟକୁମାରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ଏହି ଅଭାବ କେବଳ ସୁନା ପ୍ଲେଟିଂ ଯୋଗୁଁ ହୋଇପାରେ ଏବଂ ତୁରନ୍ତ ଏବଂ ସମ୍ପୂର୍ଣ୍ଣ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଏହା ମଧ୍ୟ ସମ୍ଭାବନା ଉଠାଇଛନ୍ତି ଯେ ପୁନଃ ପ୍ଲେଟିଂ ପାଇଁ ଏକ ସମ୍ପୂର୍ଣ୍ଣ ଭିନ୍ନ ତମ୍ବା ପ୍ଲେଟ୍ ସେଟ୍ ଦାଖଲ କରାଯାଇପାରେ ।କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ମନ୍ଦିର ସହିତ ଜଡ଼ିତ ଆସ୍ଥା ଓ ସ୍ୱଚ୍ଛତା ସହିତ କୌଣସି ପ୍ରକାର ସାଲିସ୍ କରାଯାଇ ପାରିବ ନାହିଁ। ଏହି କାରଣରୁ କୋର୍ଟ ଦେବସ୍ୱୋମ ଭିଜିଲାନ୍ସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ତିନି ସପ୍ତାହ ମଧ୍ୟରେ ରିପୋର୍ଟ ମାଗିଛନ୍ତି।
