ସାମନ୍ଥା ରୁଥ ପ୍ରଭୁ ଏବେ ପୁଣିଥରେ ଅଭିନୟ ଆରମ୍ଭ କରିବାକୁ ଯାଉଛନ୍ତି।

ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଏବେ ପୁଣିଥରେ ଅଭିନୟ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଦୀର୍ଘ ସମୟ ଧରି ଏକ ଅଟୋ-ଇମ୍ୟୁନ ଅବସ୍ଥା (ମାୟୋସାଇଟିସ) ରେ ପୀଡିତ ଥିଲେ। ଏହାର ଚିକିତ୍ସା ପାଇଁ ସେ ଅଭିନୟରୁ ବିରତି ନେଇଥିଲେ। ବର୍ତ୍ତମାନ ସେ ପୁନର୍ବାର କାମକୁ ଫେରୁଛନ୍ତି। ଯାହା ବିଷୟରେ ସେ ନିଜେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ କହିଛନ୍ତି।ସାମନ୍ଥା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରି ପ୍ରଶଂସକମାନଙ୍କୁ କାମକୁ ଫେରିବାର ଖୁସି ଖବର ଦେଇଥିଲେ। ଅଭିନେତ୍ରୀ କହିଛନ୍ତି ଯେ ସେ ପୁଣିଥରେ କାମ ଆରମ୍ଭ କରିଛନ୍ତି। ସେ ତାଙ୍କ ସ୍ବାସ୍ଥ୍ୟ ପୋଡକାଷ୍ଟ ମଧ୍ୟ ଘୋଷଣା କରିଛନ୍ତି, ଯେଉଁଥିପାଇଁ ସେ ଜଣେ ବନ୍ଧୁଙ୍କ ସହ ସହଯୋଗ କରିଛନ୍ତି। ଭିଡିଓରେ ସେ କହିଛନ୍ତି, ହଁ, ମୁଁ ଶେଷରେ କାମକୁ ଫେରିଯାଉଛି, କିନ୍ତୁ ଏହା ବ୍ୟତୀତ ମଝିରେ ମୁଁ ସମ୍ପୂର୍ଣ୍ଣ ବେକାର ଥିଲି।

ଆକ୍ସନ୍-ଥ୍ରୀଲର ‘ସିଟାଡେଲ୍’ର ଭାରତୀୟ ଅଧ୍ୟାୟର ସୁଟିଂ ଶେଷ କରିବା ପରେ ସାମନ୍ତ ତାଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ପାଇଁ ଅଭିନୟରୁ ବିରତି ନେଇଥିଲେ। ଏହି ସମୟ ମଧ୍ୟରେ ସେ ଆମେରିକାରେ ମାୟୋସିଟିସ୍ ପାଇଁ ଚିକିତ୍ସା ଗ୍ରହଣ କରିଥିଲେ ଏବଂ ସାରା ବିଶ୍ୱରେ ଭ୍ରମଣ କରିଥିଲେ ।