ସାରା ଦେଶରେ BSNLର ୪ଜି ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ପ୍ରତୀକ୍ଷାର ଘଟିଲା ଅନ୍ତ।ଘୋଷଣା ହେଲା ବିଏସଏନଲ ୪ଜି ଲଞ୍ଚ୍ର ତାରିଖ। ସେପ୍ଟେମ୍ବର ୨୭ ତାରିଖରେ ଲଞ୍ଚ ହେବ ବିଏସଏନଏଲ ୪ଜି। ଯାହାର ଫାଇଦା ପ୍ରାୟ ୯ କୋଟିରୁ ଅଧିକ ୟୁଜର୍ସଙ୍କୁ ହେବ। ଏନେଇ ବିଏସଏନଏଲ ଚେୟାରମ୍ୟାନ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ଏ ରବର୍ଟ ଜେ ରବି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବିଏସଏନଏଲ ଦେଶର ଏକମାତ୍ର ଟେଲିକମ କମ୍ପାନି ଯାହା ୭୦୦ ମେଗାହର୍ଟଜ ବ୍ୟାଣ୍ଡ୍ରେ ୪ଜି ସେବା ପ୍ରଦାନ କରିବ। ରିପୋର୍ଟ ଅନୁସାରେ ଦୂରସଞ୍ଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିକଟରେ ହିଁ BSNLର ଏଆରପିୟୁ ଆସନ୍ତା ବର୍ଷରେ ୫୦% ବଢ଼ିବା ଦରକାର ଏବଂ ଏଣ୍ଟରପ୍ରାଇଜ ବିଜନେସ ମଧ୍ୟ ୨୫-୩୦% ବଢ଼ିବା ଦରକାର ବୋଲି କହିଥିଲେ। ତେବେ ଆଜି ସାରା ଦେଶରେ ୪ଜି ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
