ସାର କଳାବଜାରୀ ହେଉଥିବା ମାନିଲେ ମନ୍ତ୍ରୀ
ରାଜ୍ୟରେ ସାର କଳାବଜାରୀ ହେଉଥିବା ମାନିଲେ ବିଭାଗୀୟ ମନ୍ତ୍ରୀ । ଜାଣିଶୁଣି କିଛି ଲୋକ କଳାବଜାରୀ କରୁଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି | ରାଜ୍ୟରେ ଆବଶ୍ୟକ ପରିମାଣର ସାର ଅଛି । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ । କଳାବଜାରୀ କାରଣରୁ ଅନେକ ସମସ୍ୟା ଉପୁଜିଛି । ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଅନେକ ଡିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ସୂଚନାମୁତାବକ ଚଳିତବର୍ଷ ଧାନ ଗଛ ଭଲ ହୋଇଛି। ଗଛରେ ପୁଡ଼ା ଧରିଲାଣି। ଏହି ସମୟରେ ଆବଶ୍ୟକ ହେଉଥିବା ୟୁରିଆ ସାର ଚାଷୀ ଦେଇ ପାରୁନାହିଁ। ଅନେକ ସ୍ଥାନରେ ବିଶୃଙ୍ଖଳା ଦେଖା ଦେବାରୁ ଚାଷୀ ସାର ପାଇ ପାରିନାହାନ୍ତି। ତେବେ ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମବାୟ ସମିତି ଏବଂ ଘରୋଇ ଡିଲର ମାନଙ୍କୁ ୟୁରିଆ, ଗ୍ରୋମର ଓ ପଟାସ ସାର ଯୋଗାଇ ଦିଆନଯିବା କାରଣରୁ ଚାଷୀ ହନ୍ତସନ୍ତ ହେଉଛନ୍ତି। ଅଧିକା ଜମି ଥିବା ଚାଷୀଙ୍କୁ ଗୋଟିଏ ସାର ବସ୍ତା ଏବଂ କମ୍ ଜମି ଥିଲେ ମଧ୍ୟ ଗୋଟିଏ ସାର ବସ୍ତା ଦିଆଯାଉଛି। ଏଭଳି ତୃଟିପୂର୍ଣ୍ଣ ସାର ବଣ୍ଟନ ଯୋଗୁଁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
