ସାର ପାଇଁ ରାତି ୩ରୁ ଲମ୍ବା ଧାଡି, ହୋ ହାଲ୍ଲା ଗଣ୍ଡଗୋଳ
କୋଣାର୍କ:-26/09/2 ଚାଷ ତର ତର, ବଣିଜ ମଠ । ଧାନ ରୁଆ ପରେ ସମୟ ଗଡି ଯାଉଥିବା ବେଳେ ସାର ଅଭାବ ଏହି ଢଗକୁ ଏବେ ପ୍ରାସଙ୍ଗିକ କରିଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ,କାକଟପୁର ଗୋପ ବ୍ଲକ ଅଂଚଳରେ ଏବେ ସାର ସଙ୍କଟ ଉତ୍କଟ ରୂପ ନେଇଛି। ବଜାରରୁ ସାର ଯୋଗାଣ ବନ୍ଦ କରାଯାଇଥିବାରୁ ବଜାରରେ ସାର ନାହିଁ। ଗୋଟିଏ ଭରସା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ )। ମାତ୍ର ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ୧୦ଗୋଟି ପ୍ୟାକ୍ସ ଥିବାରୁ କେବଳ କେନ୍ଦ୍ରାପଟି ସମବାୟ ର ଲାଇସେନ୍ସ ସଠିକ ଥିବା ବେଳେ ସାର ଯୋଗାଣ ପର୍ଯ୍ୟାପ୍ତ ହେଉନଥିବାରୁ ଚାଷୀ ସାର ପାଉନାହିଁ । କେନ୍ଦ୍ରାପଟି ସମବାୟ ସମିତି ର କର୍ମଚାରୀ ମାନେ ପ୍ରିୟା ପ୍ରୀତି ପୋଷଣ ଆପଣାଇ ରାତି ଅଧିଆ ସାର ଚାଲାଣ କରୁଛନ୍ତି। ଏମିତକି ସରକାରୀ ମୂଲ୍ୟ ୨୬୬ଟଙ୍କା ଥିବା ବେଳେ ପ୍ୟାକ୍ସ ରେ ଚାଷୀ ଙ୍କୁ ୩ଶହ ଉର୍ଦ୍ଧ ଟଙ୍କାରେ ଚାଷୀ ସାର ଦିଆଯାଉଛି। ତାହା ପୁଣି ଚାଷୀ ମାନେ ରାତି ୩ ରୁ ସାର ପାଈଁ ଧାଡି ରେ ଠିଆ ହେଉଛନ୍ତି କେଉଁ ଦିନ ନିରାଶ ହୋଇ ଫେରୁଛନ୍ତି। କେନ୍ଦ୍ରାପଟି ସେବା ସମବାୟ ରେ ପାଞ୍ଚ ଟି ପର୍ଯ୍ୟାୟ ରେ ସାର ଆସିଛି ୧୧ଶହ ବସ୍ତା। ପ୍ରଥମ ପର୍ଯ୍ୟାୟ ୧୨୦ବସ୍ତା, ଦ୍ୱିତୀୟ ପର୍ଯ୍ୟାୟ ୧୩୦ବସ୍ତା, ତୃତୀୟ ପର୍ଯ୍ୟାୟ ୧୭୦ବସ୍ତା ଓ ଚତୁର୍ଥ ପର୍ଯ୍ୟାୟ ୨୪୨ବସ୍ତା ଓ ପଞ୍ଚମ ପର୍ଯ୍ୟାୟ ରେ ୪୬୬ବସ୍ତା ସାର ଆସିଛି।ଥରେ ସାର ପହଁଚିଲେ ପ୍ୟାକ୍ସରେ ଅପ୍ରିତିକର ସ୍ଥିତି ସୃଷ୍ଟି ହେଉଛି।ପର୍ଯ୍ୟାୟ ଅନୁସାରେ ସାର ବସ୍ତା ଆସୁଥିବା ନ ଥିବା ବେଳେ ଏହାକୁ ନେବାକୁ ଅସ୍ତରଙ୍ଗ ବ୍ଲକ ଅଂଚଳର ହଜାର ହଜାର ଚାଷୀ ରାତି ୩ ରୁ ଧାଡି ରେ ଠିଆ ହେଉଛନ୍ତି। ପର୍ଯ୍ୟାପ୍ତ ପରିମାଣ ସାର ଆସୁନଥିବାରୁ ପ୍ରଶାସନ ମଧ୍ୟ ନିରୁପାୟ ହୋଇପଡିଛି।ମାର୍କଫେଡ଼ ଜରିଆରେ ପ୍ୟାକ୍ସକୁ ସାର ଯୋଗାଣ କରାଯାଉଥିବା ବେଳେ ହୋଲସେଲ ଜରିଆରେ ବଜାର କୁ ସାର ମିଳିଥାଏ।

ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପଟି ପ୍ୟାକ୍ସ କୁ ସଠିକ ଭାବେ ସାର ଆସୁନଥିବାରୁ ଚାଷୀ ବଜାର ରୁ କିଣୁଥିଲେ। ମାତ୍ର ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ଗୋଟିଏ ପ୍ୟାକ୍ସ ରେ ସ୍ୱଳ୍ପ ପରିମାଣ ସାର ଆସୁଥିବା ବେଳେ ଅନ୍ୟ ୯ ଗୋଟି ପ୍ୟାକ୍ସ ରେ ଲାଇସେନ୍ସ ନଥିବାରୁ ସାର ଉଠାଉ ନାହାନ୍ତି। ଯାହା ଫଳରେ ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ଶତାଧିକ ଚାଷୀ ୟୁରିଆ ସାର ଅସ୍ତରଙ୍ଗ ବଜାର ସମେତ ଗ୍ରାମାଞ୍ଚଳ ରେ ଥିବା ଡିଲର ପଏଣ୍ଟ ଗୁଡିକ କଳା ବଜାରୀ କରି ୟୁରିଆ ସାର ୨ ଗୁଣ ଚଢା ଦରରେ ବିକ୍ରି କରୁଛନ୍ତି। ଯାହା ଫଳରେ ଭିଡ଼ ନିୟନ୍ତ୍ରଣ ପାଇଁ କାକଟପୁର ପୋଲିସ ଘଟଣା ସ୍ଥଳରେ ପହଂଚି ଥିଲେ। ହେଲେ ପ୍ୟାକ୍ସ କୁ ପର୍ଯ୍ୟାପ୍ତ ପରିମାଣ ର ସାର ଆସୁନଥିବାରୁ ଆବଶ୍ୟକ ମୁତାବକ ଯୋଗାଇ ଦିଆଯାଇ ପାରୁନି। ଭାଗବାଣ୍ଟି ଚାଷୀ ଙ୍କୁ ପ୍ୟାକ୍ସ କର୍ମଚାରୀ ସାର ପ୍ରଦାନ କରୁଛନ୍ତି। ଯାହା ପ୍ୟାକ୍ସର ଆବଶ୍ୟକତା ଠାରୁ କମ୍ ହେଉଛି। ଯାହା ଦ୍ୱାରା ପ୍ୟାକ୍ସ ଗୁଡିକରେ ସାର ପାଇଁ ଠେଲାପେଲା ମାର ପିଟ ସ୍ଥିତି ସୃଷ୍ଟି ହେଉଛି। ପ୍ୟାକ୍ସ କର୍ମଚାରୀ ଓ ବିଭାଗୀୟ ଅଧିକାରୀ ଙ୍କ ମଧୁ ଚନ୍ଦ୍ରିକା ହେତୁ ଚାଷୀ ହଇରାଣ।କୋଣାର୍କ ରୁ ପ୍ରକାଶ କାଣ୍ଡି
Byte:-1 ଦିଲ୍ଲୀପ ପରିଡା,ଚାଷୀ
Byte:-2ପ୍ରକାଶ ପଣ୍ଡା, ଚାଷୀ
Byte:-3 ନବଘନ କାଣ୍ଡି,ଚାଷୀ
