ସାଲେବିଡ଼ି-୨ ରେ ଶିଶୁ ସେବିକା ଚୟନରେ ଅନିୟମିତତା
ଚନ୍ଦାହାଣ୍ଡି – ତା ୨୧. ୦୧( ପୀତାମ୍ବର ସୋରୀ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପ୍ରାଥମିକ ବିଦ୍ୟାଳୟ ସାଲେବିଡ଼ି -୨ ରେ ଶିଶୁ ସେବିକା ନିଯୁକ୍ତି ରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି l ଅଭିଯୋଗ ଆସିଛି ଖୋଦ ବିଦ୍ୟାଳୟ ପରିଚାଳନା ସମିତି ଙ୍କ ବିରୁଦ୍ଧରେ l ତେବେ ବିଦ୍ୟାଳୟ ପରିଚାଳନା ସମିତି ସମିତିର ଶିଶୁ ସେବିକା ନିଯୁକ୍ତି ନିୟମାବଳୀ ର ସମ୍ପୂର୍ଣ୍ଣ ଅବମାନନା କରି ପକ୍ଷପାତିତା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ଆଶାୟୀ ପ୍ରାର୍ଥୀନୀ ମିଲି ଖରା l ଅଭିଯୋଗ କାରିଣୀଙ୍କ ଅଭିଯୋଗ ପ୍ରକାରେ ଶିଶୁ ସେବିକା ପଦବୀ ପୂରଣ ପାଇଁ ଗତ ଜାନୁଆରୀ ୬ ତାରିଖ ଦିନ ବିଜ୍ଞପ୍ତି ପ୍ରକାଶ ପାଇ ଜାନୁଆରୀ ୧୫ ତାରିଖ ଦରଖାସ୍ତ ଗ୍ରହଣର ଶେଷ ଦିନ ରହିଥିଲା l ଦରଖାସ୍ତ ର ଯାଞ୍ଚ ଜାନୁଆରୀ ୧୬ ତାରିଖ ଦିନ କରାଯାଇ ୧୭ ତାରିଖ ଦିନ ଚୟନ କମିଟି ବସିଥିଲେ l ଉକ୍ତ ପଦବୀ ପାଇଁ ଗାଁର ମୋଟ ପାଞ୍ଚଜଣ ପ୍ରାର୍ଥୀନୀ ଆବେଦନ ପତ୍ର ଦାଖଲ କରିଥିଲେ l ତେବେ ଗାଁର ଜଣେ ପ୍ରାର୍ଥୀନୀ ଉମିତ୍ରା ନାୟକ ଙ୍କୁ ବିଦ୍ୟାଳୟ ପରିଚାଳନା ସମିତି
ସପକ୍ଷ ହୋଇ ଶିଶୁ ସେବିକା ପଦବୀରେ ନିଯୁକ୍ତି ପାଇଁ ବିନା ଜାତି ପ୍ରମାଣ ପତ୍ର,ବାସିନ୍ଦା ପ୍ରମାଣ ପତ୍ରରେ ଯାଞ୍ଚ ନିୟମ ଲାଗୁ ନକରି ନିଯୁକ୍ତି ପାଇଁ ସୁପାରିଶ କରିଥିବା ଅଭିଯୋଗ କରିଛନ୍ତି ଆବେଦନ କାରିଣୀ ଓ କିଛି ଗ୍ରାମବାସୀ l ତେବେ ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗଦୀଶ ମେହେରଙ୍କୁ ଶିଶୁ ସେବିକା ନିଯୁକ୍ତି ନେଇ ପଚାରିବାରୁ ଶିଶୁ ସେବିକା ନିଯୁକ୍ତି ନିୟମ ପ୍ରକାରେ ଚୟନ ହୋଇଛି ଏଥିରେ କାହାରିକୁ ପକ୍ଷପାତିତା କରି ଚୟନ କରାଯାଇ ନାହିଁ ବୋଲି କହିଥିଲେ l ଯାହାବି ହେଇଛି ସରକାରଙ୍କ ନିୟମ ଅନୁଯାୟୀ ହୋଇଛି ଏଥିରେ କୌଣସି ନିୟମ ଉଲଂଘନ କରାଯାଇ ନାହିଁ ବୋଲି କହିଥିଲେ l ତେବେ ବର୍ତ୍ତମାନ ବିଦ୍ୟାଳୟ ପରିଚାଳନା ସମିତି ଦ୍ୱାରା ଚୟନ ହୋଇଥିବା ପ୍ରାର୍ଥୀନୀ ଆବେଦନ ପତ୍ର ସହ କେବଳ ଶିକ୍ଷାଗତ ଯୋଗ୍ୟତା ଦାଖଲ କରିଥିବା ବେଳେ ବାସିନ୍ଦା ଓ ଜାତିଗତ ପ୍ରମାଣ ପତ୍ର ପ୍ରଦାନ କରିନଥିଲେ କିନ୍ତୁ ଉମିତ୍ରା ନାୟକ ଙ୍କୁ ସପକ୍ଷ ହୋଇ ନିର୍ବିଚାର ଭାବେ ବିଦ୍ୟାଳୟ ପରିଚାଳନା ସମିତି ଚୟନ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି l ତେଣେ ଗାଁର ଜଣେ ଆଦିବାସୀ ଶ୍ରେଣୀୟ ମହିଳାଙ୍କୁ ତମେ ଭିନ୍ନ ୱାର୍ଡର ପ୍ରାର୍ଥୀନୀ ଅଟ ତୁମେ ଆବେଦନ କରି ପାରିବ ନାହିଁ ବୋଲି ପ୍ରଧାନ ଶିକ୍ଷକ ଦରଖାସ୍ତ ଗ୍ରହଣ କରିନଥିବା ନେଇ ଗାଁର ବିଜୟକୁମାର ସୋରୀ କହିଥିବା ବେଳେ ଆଗକୁ ଆମ ୱାର୍ଡ଼ର ପିଲାମାନଙ୍କୁ ସାଲେବିଡ଼ି ପ୍ରାଥମିକ ବିଦ୍ୟାଳୟ କୁ ଛାଡ଼ିବୁନି ବୋଲି କହିଥିବା ବେଳେ, ଏଣେ ଵିଜ୍ଞାପନ ରେ ସେଭଳି କିଛି ଏକ ବିଦ୍ୟାଳୟ ସ୍ଥିତ ଗ୍ରାମର ଯେ କୌଣସି ୱାର୍ଡ଼ର ମହିଳା ଆବେଦନ କରି ପାରିବେ ବୋଲି ଉଲ୍ଲେଖ ରହିଛି ବୋଲି ଗାଁର ସମାଜସେବୀ ଖଗେଶ୍ୱର ସୋରୀ କହିଛନ୍ତି l ତେବେ ଶିଶୁ ସେବିକା ଚୟନରେ ଅନିୟମିତତା ଦର୍ଶାଇ ଆବେଦନ କାରିଣୀ ମିଲି ଖରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦପ୍ତରରେ ଯାଇ ଅଭିଯୋଗ କରିଥିଲେ ହେଁ ଏ ପର୍ଯ୍ୟନ୍ତ କୌଣସି ଅଧିକାରୀ ସାଲେବିଡ଼ି ଗାଁ ବିଦ୍ୟାଳୟ କୁ ଆସି କିଛି ପଦକ୍ଷେପ ନେଇ ନ ଥିବା ନେଇ ମିଲି ଖରା ଗଣ ମାଧ୍ୟମ ଆଗରେ ଅଭିଯୋଗ ଆଣିଛନ୍ତି l ତେବେ ଅଭିଯୋଗ ପରେ ଅଭିଯୋଗ କୁ ଭିତ୍ତିକରି କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା l
