ସିଙ୍ଗଡ଼ାରୁ ବାହାରିଲା ବେଙ୍ଗର ଗୋଡ଼

ତ୍ତରପ୍ରଦେଶର ଗାଜିଆବାଦରେ ଏକ ମିଠା ଦୋକାନରେ ବିକ୍ରି ହେଉଥିବା ସିଙ୍ଗଡ଼ାରୁ ବେଙ୍ଗ ଗୋଡ଼ ମିଳିଥିବା ଜଣାଯାଇଛି।ଏହି ଘଟଣା ପରେ ପୁଲିସ ମିଠା ଦୋକାନୀକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଏକ୍ସରେ ଜଣେ ଯୁବକ ଏକ ଭିଡିଓ ସୋସିଆଲ ମେଡିଆ ରେ ସେୟାର କରିଛନ୍ତି, ଯେଉଁଥିରେ ବେଙ୍ଗର ଗୋଡ଼ ଥିବା ଦେଖିବାକୁ ମିଳିଛି। ଭିଡିଓରେ ପ୍ରଥମେ ସିଙ୍ଗଡା ଦେଖାଇବା ସହ ପରେ ବିକାନେର ସୁଇଟ୍ସ ଦୋକାନର ସାମ୍ନା ଦେଖାଯାଉଛି। ତେବେ ଏହି ଖବର ପ୍ରକଟ ହେବା ପରେ କିଛି ଲୋକ ଆସି ଦୋକାନୀ ସହିତ ଝଗଡା କରୁଛନ୍ତି |