ସିଧାମୂଳା ବ୍ରିଜ ଉପରେ ବାଇକ ଦୁର୍ଘଟଣାରେ ମାମୁଁ ମୃତ ଭଣଜା ଗୁରୁତର
ଖଣ୍ଡପଡ଼ା ଥାନା ଅନ୍ତର୍ଗତ ସିଧାମୂଳା- ଏକଡାଳ ମହାନଦୀ ବ୍ରିଜ ଉପରେ ବୁଧବାର ସନ୍ଧ୍ୟାରେ ଏକ ବାଇକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣକ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣଙ୍କର ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଛନ୍ତି । ମୃତକ ଜଣକ ହେଲେ ସିଧାମୂଳା ପଂଚାୟତର କନାସିଙ୍ଗି ଗ୍ରାମର ଫକୀର ନାୟକ (୬୪) ଓ ଗୁରୁତର ବ୍ୟକ୍ତି ସେହି ଗ୍ରାମର ସରୋଜ ନାୟକ (୩୫) । ଉଭୟ ସଂମ୍ପର୍କରେ ମାମୁଁ ଓ ଭଣଜା ବୋଲି ଜଣାପଡିଛି। ସରୋଜର ଭଉଣୀର ବିବାହ ନିମନ୍ତେ ଉଭୟ ମାମୁ ଓ ଭଣଜା ବାଇକ ଯୋଗେ କଟକ ଜିଲାର ପ୍ରଗଳା ର୍ଗାକୁ ଗୁଆ ଦେବାକୁ ଯାଇଥିଲେ । ଘରକୁ ଫେରିବା ବାଟରେ ଭଣଜା ସରୋଜ ନିଶାଶକ୍ତ ଅବସ୍ଥାରେ ବାଇକ ଚଳାଇଥିବା ବେଳେ ଭାରସାମ୍ୟ ହରାଇ ବ୍ରିଜ ଉପରେ ଥିବା ଡିଭାଇଡର ଉପରକୁ ବାଇକ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଫକୀର ବାଇକରୁ ଛିଟିକି ପଡ଼ିଥିଲେ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ସରୋଜ ଗୁରୁତର ଅବସ୍ଥାରେ ଛଟପଟ ହେଉଥିଲେ । ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଫୋନ କରିବା ପରେ ଉଭୟଙ୍କୁ ଗଣିଆ ଗୋଷ୍ଠିୀ ସ୍ୱାସ୍ଥ୍ୟ କେନ୍ଦ୍ରରେଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ପ୍ରଭାକର ଦାଶ ଫକୀର ନାୟକକୁ ମୃତ ଘୋଷଣା କରିଥିବାବେଳେ ସରୋଜର ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ଜାରି ରହଛି । ଘଟଣାସ୍ଥଳରେ ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିଆ ତଦନ୍ତ ଜାରି ରଖିଛନ୍ତି । ନୟାଗଡ଼ ରୁ ବିଶ୍ୱରଂଜନ ସେଠୀଙ୍କ ରିପୋର୍ଟ HRTV ODIA
