ସିବିଆଇ ଜାଲରେ ଆରପିଏଫ୍ ହାବିଲଦାର

ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆର୍‌ପିଏଫ୍ ହାବିଲଦାର। ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ୍ ହାବିଲଦାର ମହମ୍ମଦ ଇଜହାର୍‌ କାବୁ ସିବିଆଇ ହାତରେ ଧରାପଡିଛନ୍ତି।ସୂଚନା ମୁତାବକ, ବନ୍ଧମୁଣ୍ଡା ରେଲୱେ କଲୋନୀ ଅଞ୍ଚଳରେ ଜଣେ ମହିଳା ପ୍ଲାଷ୍ଟିକ ବୋତଲ ଓ ପୁରୁଣା ଜିନିଷଗୁଡ଼ିକ ସଂଗ୍ରହ କରି ବିକ୍ରି କରି ଚଳନ୍ତି । ଗତ କିଛି ଦିନ ହେବ ବନ୍ଧମୁଣ୍ଡା ଆରପିଏଫ୍ ଥାନାରେ କାର୍ଯ୍ୟରତ ଯବାନ ମହମ୍ମଦ ଇସରାର ସେହି ମହିଳାଙ୍କୁ ଧମକଚମକ ଦେବା ସହ ୧୫ ହଜାର ଟଙ୍କା ନଦେଲେ ମିଥ୍ୟା ମାମଲାରେ ଗିରଫ କରିବେ ବୋଲି କହିଥିଲେ। ଫଳରେ ମହିଳା ଜଣକ ଟଙ୍କା ଦେବାକୁ ରାଜି ହୋଇଥିଲେ। ମହିଳା ଜଣକ ଏନେଇ ଭୁବନେଶ୍ବର ସିବିଆଇ ଅଫିସରେ ଅଭିଯୋଗ କରିଥିଲେ। ଆଜି ସକାଳେ ଯବାନ ବିର୍ସା ମୁଣ୍ଡା ଛକରେ ମହିଳାଙ୍କ ଠାରୁ ଲାଞ୍ଚ ଟଙ୍କା ନେବା ବେଳେ ପୂର୍ବରୁ ସେଠାରେ ଜଗି ରହିଥିବା ସିବିଆଇ ଟିମ୍ ଯବାନଙ୍କୁ ଧରିଥିଲେ ।