ସୁଦାନରେ ଓଡ଼ିଆ ଯୁବକଙ୍କୁ ଅପହରଣ: ଉଦ୍ଧାର ପାଇଁ ସରକାରଙ୍କୁ ଅନୁରୋଧ
ସୁଦାନରେ ଓଡ଼ିଶାର ଜଣେ ଯୁବକ ଅପହୃତ ହୋଇଛନ୍ତି। ଜଗତସିଂହପୁର ଜିଲା କୋଟକଣା ଗାଁର ଆଦର୍ଶ ବେହେରା (୩୬) ବିଦ୍ରୋହୀ ଗୋଷ୍ଠୀ ର୍ୟାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ) ଦ୍ୱାରା ଅପହୃତ ହୋଇଛନ୍ତି ବୋଲି ଅଭିଯୋଗ।ମିଳିଥିବା ଭିଡିଓ ଫୁଟେଜ ଅନୁଯାୟୀ, ଯୁବକଙ୍କୁ ଦୁଇ ଜଣ ବିଦ୍ରୋହୀ ଯବାନ ବନ୍ଧୁକ ମୁନରେ ଘେରିଥିବାବେଳେ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି। ତାଙ୍କୁ ତୁରନ୍ତ ବିଦ୍ରୋହୀଙ୍କ କବଳରୁ ମୁକୁଳାଇବାକୁ ଯୁବକ ଜଣକ ଯୋଡହସ୍ତରେ ଓଡ଼ିଶା ସରକାରଙ୍କୁ ଅନୁରୋଧ କରୁଥିବା ଭିଡିଓରୁ ଜଣାପଡିଛି।ଆଦର୍ଶ ୨୦୨୨ ଠାରୁ ସୁଦାନର ସୁକାରତି ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ଅଲ ଫାଶିର ସହରରୁ ତାଙ୍କୁ ଅପହରଣ କରାଯାଇଛି। ଏକ ଭିଡିଓରେ ସେ ଦୁଇ ସଶସ୍ତ୍ର ସୈନିକ ମଝିରେ ବସି କହୁଛନ୍ତି, “ଶାହରୁଖ ଖାନଙ୍କୁ ଜାଣନ୍ତି କି?” ଓ “ଡାଗାଲୋ ଭଲ” ବୋଲି କହିବାକୁ ବାଧ୍ୟ କରାଯାଇଛି। ଡାଗାଲୋ ହେଉଛନ୍ତି ଆରଏସଏଫର ନେତା। ଆଦର୍ଶ ବିବାହିତ ହୋଇଥିବାବେଳେ ତାଙ୍କର ୮ ଓ ୩ ବର୍ଷର ଦୁଇଟି ପୁଅ ଅଛନ୍ତି।
