ସୁନାଦର ପୁଣି ହ୍ରାସ ପାଇଛି । 

ସୁନାଦର ପୁଣି ହ୍ରାସ ପାଇଛି । ୨୨ ଏବଂ ୨୪ କ୍ୟାରେଟ ସୁନା ଦର ଦିଲ୍ଲୀର ଗହଣା ବଜାରରେ ହ୍ରାସ ପାଇଛି । ସୁନା ଉପରେ ଥିବା ସୀମା ଶୁଳ୍କକୁ ବଜେଟରେ ହ୍ରାସ କରାଯାଇଛି । ପ୍ରତିଦିନ ଏହାର ପ୍ରଭାବ ସୁନାର ମୂଲ୍ୟ ଉପରେ ପଡୁଛି ।ଦିଲ୍ଲୀ ସହ ଦେଶର ପ୍ରାୟ ୧୨ଟି ସହରରେ ସୁନାଦର ସାମାନ୍ୟ ହ୍ରାସ ପାଇଛି । ୨୪ କ୍ୟାରେଟ ଶୁଦ୍ଧ ସୁନାଦର ଏହି ସହରମାନଙ୍କରେ ୭୨,୬୦୦ରୁ ୭୨,୮୦୦ ଟଙ୍କା ମଧ୍ୟରେ ରହିଛି ।ଓଡ଼ିଶାରେ ୨୨ କ୍ୟାରେଟ ସୁନାଦର ପ୍ରତି ୧୦ ୦ଗ୍ରାମ ୬୬,୫୦୦ ଥିବା ବେଳେ ରୂପା ଏକ କିଲୋଗ୍ରାମ ୮୪,୦୦୦ ଟଙ୍କା ରହିଛି ।