ସୁନା ଅଳଙ୍କାରରେ ହଲମାର୍କ ଅସଲୀ ନା ନକଲୀ ତାର ଯାଞ୍ଚ କରନ୍ତୁ।

ଗ୍ରାହକଙ୍କୁ ଠକାମିରୁ ରକ୍ଷା କରିବା ପାଇଁ ସରକାର ବର୍ତ୍ତମାନ ସୁନା ଅଳଙ୍କାରରେ ହଲ ମାର୍କିଂକୁ ବାଧ୍ୟତାମୂଳକ କରିଛନ୍ତି। କିନ୍ତୁ, ଅନେକ ଲୋକ ନକଲି ହଲମାର୍କିଂ ପ୍ରୟୋଗ କରି ସୁନା ଅଳଙ୍କାର ବିକ୍ରି କରୁଛନ୍ତି। ହଲମାର୍କିଂ ଫେଡେରେସନ ଅଫ ଇଣ୍ଡିଆ (ଏଚଏଫଆଇ) ମଧ୍ୟ ଏହି ଅଭିଯୋଗକୁ ସ୍ୱୀକାର କରିଛନ୍ତି। କିଛି ଅସାଧୁ ଲୋକେ ସ୍ୱର୍ଣ୍ଣାଭୂଷଣର ନକଲୀ ହଲମାର୍କିଂ କରୁଛନ୍ତି। ତେଣୁ, ଧନତେରସରେ ଅଳଙ୍କାର କିଣିବା ସମୟରେ ହଲମାର୍କକୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ। ହଲମାର୍କିଂ ଶୁଦ୍ଧ ସୁନାର ଗ୍ୟାରେଣ୍ଟି ହୋଇଥାଏ। ସବୁ ଆଭୂଷଣରେ ଲାଗୁଥିବା ଏହା ଏକ ଚିହ୍ନ। ଏଥିରେ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ଲୋଗୋ ଓ ଏହାର ଶୁଦ୍ଧତା ଦିଆଯାଇଥାଏ।  ଏହା ସହିତ, ପରୀକ୍ଷା କେନ୍ଦ୍ର ଇତ୍ୟାଦି ବିଷୟରେ ସୂଚନା ହଲମାର୍କିଂରେ ମଧ୍ୟ ଉପଲବ୍ଧ। ଏକ ଅଳଙ୍କାରରେ ସୁନା ପରିମାଣ ଭିନ୍ନ ହୋଇଥାଏ, ଯାହା ଏହାର ଶୁଦ୍ଧତା ଅର୍ଥାତ୍ କ୍ୟାରେଟ ଆଧାରରେ ସ୍ଥିର ହୋଇଥାଏ । ଅନେକ ଥର ଜୁଏଲର୍ସ କମ କ୍ୟାରେଟ ଅଳଙ୍କାର ପାଇଁ ଉଚ୍ଚ କ୍ୟାରେଟ ମୂଲ୍ୟ ଚାର୍ଜ କରନ୍ତି । ଏହାକୁ ହଟାଇବା ପାଇଁ ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି ।ଏଚୟୁଆଇଡିର ଅର୍ଥ ହଲମାର୍କ ୟୁନିକ୍ ଆଇଡେଣ୍ଟିଫିକେସନ ନମ୍ବର। ଏହି ୬ ଡିଜିଟ୍ କୋଡରେ ଲେଟର ଓ ସଂଖ୍ୟା ଥାଏ। ହଲମାର୍କିଂ ସମୟରେ ପ୍ରତ୍ୟେକ ଜ୍ୱେଲରଙ୍କୁ ଏକ ଏଚୟୁଆଇଡି ଆଲଟ କରାଯାଇଥାଏ।

ଏହି ନମ୍ବର ୟୁନିକ୍ ହୋଇଥାଏ, ଅର୍ଥାତ ଗୋଟିଏ ଏଚୟୁଆଇଡି ନମ୍ବର ଅଲଗା ଅଲଗା ଦୁଇଟି ଗହଣାରେ ନଥାଏ।ସରକାର ଗତ ବର୍ଷ ଜୁଲାଇ ୧ ରୁ ସୁନା ଅଳଙ୍କାରର ହଲମାର୍କିଂ ଚିହ୍ନକୁ ପରିବର୍ତ୍ତନ କରିଛନ୍ତି। ପ୍ରଥମ ଚିହ୍ନ ହେଉଛି ବିଏସ ହଲମାର୍କ। ଏହା ଏକ ତ୍ରିକୋଣୀୟ ଚିହ୍ନ। ଦ୍ୱିତୀୟ ଚିହ୍ନ ଶୁଦ୍ଧତା ବିଷୟରେ କହିଥାଏ । ତାହା ହେଉଛି, ଏହା ଦର୍ଶାଏ ଯେ ଅଳଙ୍କାରରେ କେତେ କ୍ୟାରେଟ ସୁନା ତିଆରି ହୋଇଛି।ଏହା ଛଡା ଆପଣ ବିଆଇଏସ୍ କେୟାର ଆପ୍ ନାମକ ମୋବାଇଲ ଆପ୍ ଜରିଆରେ ମଧ୍ୟ ହଲମାର୍କିଂ ଜ୍ୱେଲରୀର ଯାଞ୍ଚ କରିପାରିବେ।

ବିଆଇଏସ୍ କେୟାର ଆପ୍‌କୁ ଡାଉନଲୋଡ କରି ଏଥିରେ ନିଜର ନାମ, ଫୋନ ନମ୍ବର ଓ ଇ-ମେଲ ଆଇଡି ଦେବାକୁ ହେବ। ଆପଣଙ୍କ ମୋବାଇଲ ନମ୍ବର ଓ ଇମେଲ ଆଇଡିକୁ ଓଟିପି ମାଧ୍ୟମରେ ଭେରିଫାଇ କରିବାକୁ ହେବ। ଭେରିଫାଇ ପରେ ଏହି ଆପ୍‌ର ପ୍ରୟୋଗ କରି ଆପଣ ସୁନାର ଶୁଦ୍ଧତା ନିଶ୍ଚିତ କରିପାରିବେ। ଏଥିରେ ଭେରିଫାଏ ଏଚୟୁଆଇଡି ସେକ୍ସନକୁ ଯାଇ ନିଜର ଏଚୟୁଆଇଡି ନମ୍ବର ଦେଇ ସ୍ୱର୍ଣ୍ଣାଭୂଷଣର ମାନ ଓ ନିର୍ମାଣ ଆଦି ସମ୍ପର୍କିତ ସୂଚନା ସଂଗ୍ରହ କରାଯାଇପାରେ।