ସୁନା ଓ ରୁପା ଦରରେ ହେଲା ବଡ଼ ପରିବର୍ତ୍ତନ
ବଢୁଛି ସୁନା ଏବଂ ରୁପା ଦର । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର ।ସେପ୍ଟେମ୍ବର ୨୭ ଅର୍ଥାତ୍ ଶନିବାର ପୁଣି ବଢିଛି ସୁନା ଦାମ୍ । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୧୫,୪୮୦ ଟଙ୍କା ରହିଛି । ଗତକାଲି ୧,୧୪,୮୮୦ ଟଙ୍କା ଥିଲା । ଏଥିରେ ୬୦୦ ଟଙ୍କା ବୃଦ୍ଧି ହୋଇଛି ।୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦର ୧,୦୫,୮୫୦ ଟଙ୍କା ରହିଛି । ଗତକାଲି ୧,୦୫,୩୦୦ ଟଙ୍କା ଥିଲା । ଏଥିରେ ୫୫୦ ଟଙ୍କା ବୃଦ୍ଧି ହୋଇଛି ।
୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୮୬,୬୧୦ ଟଙ୍କା ରହିଛି । ଗତକାଲି ୮୬,୧୬୦ ଟଙ୍କା ଥିଲା । ଏଥିରେ ୪୫୦ ଟଙ୍କା ବୃଦ୍ଧି ହୋଇଛି ।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧, ୪୯,୦୦୦ ଟଙ୍କା ହୋଇଛି ।
