ସୁନ୍ଦରଗଡ ଜିଲ୍ଲାର ରାଉରକେଲାରେ ହନୁମାନ ବାଟିକା

ସୁନ୍ଦରଗଡ ଜିଲ୍ଲାର ରାଉରକେଲା ବସଷ୍ଟାଣ୍ଡ ଠାରୁ ମାତ୍ର ୫ କିଲୋମିଟର ଦୂରରେ ଅବସ୍ଥିତ ହନୁମାନ ବାଟିକା।ଏହି ସ୍ଥାନରେ ପ୍ରଭୁ ହନୁମାନଙ୍କ ଏକ ଉଚ୍ଚ ପ୍ରତିମୂର୍ତ୍ତି ରହିଛି ଯେଉଁଥିପାଇଁ ଏହା ହନୁମାନ ବାଟିକା ଭାବରେ ଜଣାଶୁଣା।

ହନୁମାନ ବାଟିକା ଏକ ସୁନ୍ଦର ଉଦ୍ୟାନ ଏବଂ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ୧୯୯୪ ମସିହାରେ ପୂର୍ବତନ ଓଡିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ଏହି ସ୍ଥାନଟି ବିଭିନ୍ନ ଉତ୍ସବ ଯେପରିକି ବିବାହ, ଜନ୍ମଦିନ ଭୋଜି, ବଣଭୋଜି ପାଇଁ ଏକ ଉତ୍ତମ ସ୍ଥାନ।