ସୁନ୍ଦର ଦେଖାଯିବା ପାଇଁ …. ଘରେ କରନ୍ତୁ ଏହି ଜିନିଷ

ପୁଅ ହେଉ ବା ଝିଅ, ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହାନ୍ତି । ଏଥିପାଇଁ କିଏ ମେଡ଼ିସିନ ଖାଏ ତ କିଏ ବଜାରରେ ବିକ୍ରି ହେଉଥିବା କ୍ରିମ ବ୍ୟବହାର କରେ । କିନ୍ତୁ ଏସବୁ ଉପାୟକୁ ବାଦ ଦେଇ ଆପଣ ପ୍ରାକୃତିକ ଉପାୟ ଅବଲମ୍ବନ କଲେ ଅଧିକ ଆକର୍ଷଣୀୟ ଦେଖାଯିବେ । ଯଦି ଆପଣ ଘରେ ବସି ପ୍ରାକୃତିକ ଉପାୟରେ ଆପଣଙ୍କ ମୁହଁକୁ ବ୍ଲିଚ୍ କରିବେ ତେବେ ନିଜଠାରେ ଏକ ଗୋରା ଓ ଚମକଦାର ପରିବର୍ତ୍ତନ ଦେଖିପାରିବେ । ତେବେ ଆସନ୍ତୁ ଜାଣିବା କିପରି କରିବେ ବ୍ଲିଚ .. ଆବଶ୍ୟକୀୟ ସାମଗ୍ରୀ:୧ ଚାମଚ ଦହି ,୧ ଚାମଚ ବେସନ ,୧/୨ ଲେମ୍ବୁର ରସ ।
ପ୍ରସ୍ତୁତି : ପ୍ରଥମତଃ ଆପଣ ଏକ ପାତ୍ରରେ ୧ ଚାମଚ ଦହି,୧ ଚାମଚ ବେସନ ଓ ୧/୨ ଲେମ୍ବୁର ରସକୁ ନେଇ ଭଲଭାବରେ ମିଶ୍ରଣ କରନ୍ତୁ। ଏହାପରେ ଆପଣ ପ୍ରସ୍ତୁତ ହୋଇଥିବା ଉକ୍ତ ମିଶ୍ରଣକୁ ମୁହଁରେ ଲଗାଇ ୨୦ ମିନିଟ୍ ପରେ ଥଣ୍ଡାପାଣିରେ ଧୋଇଦିଅନ୍ତୁ । ତେବେ ଏଥିରୁ ଭଲ ରେଜଲ୍ଟ ପାଇବାକୁ ହେଲେ ଆପଣଙ୍କୁ ଏହାର ପ୍ରୟୋଗଟି ସପ୍ତାହକ ମଧ୍ୟରେ ୩ ଥର କରିବାକୁ ହେବ।