ସୁସ୍ଥ ହେଉଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର
ଦୀର୍ଘ ୧୪ଦିନ ପରେ ଗୁରୁବାର ଭେଣ୍ଟିଲେଟରରୁ ବାହାରିଲେ ଓଲିଉଡ୍ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମ୍ଦାର । ଏବେ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି । ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।ଅଭିଜିତ୍ଙ୍କ କିଡ୍ନୀ ଓ ଲିଭର ସ୍ଥିତିରେ ସୁଧାର ଆସିଛି । ଅଭିଜିତ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଆଇସିୟୁ ଓ ଏକ୍ମୋ ସ୍ପେସାଲିଷ୍ଟ୍ ଡା. ଶ୍ରୀକାନ୍ତ ବେହେରା ଓ ତାଙ୍କ ଟିମ୍ ଦୃଷ୍ଟି ରଖିଛନ୍ତି ।ସୂଚନା ଅନୁସାରେ ଶରୀରରେ ସୋଡିୟମ ଲେବୁଲ କମିଯିବାରୁ ତାଙ୍କୁ କିଛି ଦିନ ତଳେ ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାୟ ଏକ ସପ୍ତାହ ଧରି ତାଙ୍କ ଚିକିତ୍ସା ଜାରି ରହିଥିଲା । ଏହାପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରୁଛନ୍ତି ।
