ସୂର୍ଯ୍ୟକିରଣରୁ ମିଳିଥାଏ ଭିଟାମିନ୍‌-ଡ଼ି ତେବେ କେଉଁ ସମୟରେ ଖରାରେ ବସିବେ ?

ସାଧାରଣତଃ ଆମ ଶରୀର ପାଇଁ ଭିଟାମିନ୍ ଡି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମସ୍ତିଷ୍କ ସହିତ ଏହା ସ୍ନାୟୁକୁ ମଧ୍ୟ ସକ୍ରିୟ ରଖିଥାଏ । ଯେଉଁଥି ପାଇଁ ଶରୀର ଅନେକ ପ୍ରକାରର ମାନସିକ ଏବଂ ଶାରୀରିକ ରୋଗରୁ ସୁରକ୍ଷିତ ରହିଥାଏ । ମସ୍ତିଷ୍କରୁ ଶରୀରର ପ୍ରତ୍ୟେକ ଅଙ୍ଗକୁ ବାର୍ତ୍ତା ପଠାଇବା ପାଇଁ ଭିଟାମିନ୍ ଡି କାମ କରେ । ଏହା ହର୍ମୋନ୍ ସ୍ୱାସ୍ଥ୍ୟକୁ ବଜାୟ ରଖିବା ପାଇଁ ମଧ୍ୟ କାମ କରିଥାଏ। ଏହି ଭିଟାମିନ୍ ଅଭାବ ଥିବା ଲୋକଙ୍କ ମାନସିକ ଚିନ୍ତା ଓ ଦୁର୍ବଳତା ଲାଗେ । ଭିଟାମିନ୍ ଡି ଶରୀରରେ ଡୋପାମାଇନ୍ ସ୍ତରକୁ ମଧ୍ୟ ପ୍ରଭାବିତ କରିଥାଏ । ଯେଉଁ କାରଣରୁ ଉଦାସୀନତାର ସମସ୍ୟା ହୋଇପାରେ । ଏପରି ପରିସ୍ଥିତିରେ, ଶରୀରରେ ଭିଟାମିନ୍ D ର ଅଭାବକୁ ଚିହ୍ନିବା ଏବଂ ସମୟ ସମୟରେ ଏହାର କ୍ଷତିପୂରଣ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଯଦି ଆପଣ ପ୍ରତିଦିନ ୧୦ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଖରାରେ ବସନ୍ତି, ତେବେ ଆପଣ ସହଜରେ ଭିଟାମିନ୍ ଡି ପାଇପାରିବେ । ଏହା ବ୍ୟତୀତ, ଯଦି ଆପଣ ସପ୍ତାହରେ ୩ ଦିନ ୬ ରୁ ୯.୩୦ ପର୍ଯ୍ୟନ୍ତ ସୂର୍ଯ୍ୟକିରଣ ନିଅନ୍ତି। ତେବେ ଭିଟାମିନ୍ D ର ଅଭାବ ପୂରଣ ହେବ । ମସ୍ତିଷ୍କ, ଚର୍ମ ଏବଂ କେଶ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଥାଏ । ସକାଳର ସୂର୍ଯ୍ୟ କିରଣର ସଂସ୍ପର୍ଶରେ ଆସିବା ଦ୍ୱାରା ଅନେକ ରୋଗ ହେବାର ଆଶଙ୍କା କମିଯାଏ ।