ସୂର୍ଯ୍ୟ ମନ୍ଦିର ର ସୁରକ୍ଷା ବ୍ୟବସ୍ଥା ର ସ୍ଥିତି ଅନୁଧ୍ୟାନ କଲେ ପୁରୀ ଏସପି ପ୍ରତୀକ ସିଂହ।

କୋଣାର୍କ:-19/11/2025 ଦିଲ୍ଲୀ ଠାରେ ଆତଙ୍କବାଦୀ ମାନଙ୍କ ବଡ ଧରଣର କାର ବିସ୍ପୋରଣ ଘଟଣାକୁ ନଜର ରେ ରଖି ପୁରୀ ଏସପି ସୂର୍ଯ୍ୟମନ୍ଦିର ପରିଦର୍ଶନ ରେ ଆସି ଅନୁଧ୍ୟାନ କରିଛନ୍ତି। ଦେଶବିଦେଶ ର ପର୍ଯ୍ୟଟକ ମାନଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରେ ରଖି ବିଶ୍ୱଐତିହ୍ୟ ସୂର୍ଯ୍ୟ ମନ୍ଦିର ପରିସର ରେ ସୁରକ୍ଷା ବ୍ୟବସ୍ଥା ର ସ୍ଥିତି ଅନୁଧ୍ୟାନ କରିବା ସହ ଟିକିନିଖି ବୁଲିଦେଖି ତଦାରଖ କରିଥିଲେ ।ପ୍ରତେକ ଦିନ ସୂର୍ଯ୍ୟ ମନ୍ଦିର ବୁଲିବା ପାଇଁ ଦେଶବିଦେଶ ର ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି ।ନିକଟ ରେ ଆତଙ୍କବାଦୀ ଙ୍କ ଦ୍ଵାରା ଘଟିଥିବା ଦିଲ୍ଲୀ କାର ବିସ୍ପୋରଣ ଘଟଣା ପରେ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକ ମାନଙ୍କ ସୁରକ୍ଷା ପାଇଁ ପୁରୀଜିଲ୍ଲା ପୋଲିସ ପକ୍ଷରୁ ତପ୍ତରତା ପ୍ରକାଶ ପାଇଛି ।ଏନେଇ ମଙ୍ଗଳବାର ଅପରାହ୍ନ ରେ ପୁରୀ ଏସପି ପ୍ରତୀକ ସିଂହଙ୍କ ନେତୃତ୍ବରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଏକ ଟିମି ସୂର୍ଯ୍ୟ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାର ଟିକିନିଖି ତଦାରଖ କରିବା ସହିତ ଏହାର ସ୍ଥିତି ଅନୁଧ୍ୟାନ କରିଥିଲେ।ଖାଲି ସେତିକି ନୁହେଁ ବିଭିନ୍ନ ହୋଟେଲ ମାଲିକଙ୍କୁ ଡାକି ଏକ ବୈଠକ କୋଣାର୍କ ଯାତ୍ରୀନିବାସରେ ଆଲୋଚନା କରିଥିବା ସହ କିପରି ପର୍ଯ୍ୟଟକମାନଙ୍କୁ ସୁରକ୍ଷା ଦିଆଯିବ ସେଥିପାଇଁ ଆଲୋଚନା କରିଥିଲେ। କୋଣାର୍କ ରୁ ପ୍ରକାଶ କାଣ୍ଡି।