ସେକ୍ସ ରାକେଟ ଠାବ: ରାଣୀ ମହୁମାଛି ସହ ଦଲାଲ ଗିରଫ
କେନ୍ଦୁଝର ଟାଉନ ଥାନା ଅଞ୍ଚଳରୁ ଏକ ସେକ୍ସ ରାକେଟ ଠାବ ହୋଇଛି। ଦେହ ବ୍ୟବସାୟରେ ନିୟୋଜିତ ୫ ଜଣ ଯୁବତୀ ଉଦ୍ଧାର ହୋଇଛନ୍ତି। ୬ ଜଣ ଗିରଫ ହୋଇଛନ୍ତି। ରାଣୀ ମହୁମାଛି ରାନୀ ଓ ରଫ ବନରାଣୀ ବାରିକ ସହିତ ୨ ଜଣ ଗ୍ରାହାକ ଓ ୩ ଜଣ ଦଲାଲ ଗିରଫ। ୨ ଜଣ ଗ୍ରାହାକଙ୍କ ମଧ୍ୟରୁ ଜଣେ ନରଣପୁର ଓ ଅନ୍ୟ ଜଣେ ତୁରୁମୁଙ୍ଗା ଅଞ୍ଚଳର ହୋଇଥିବା ବେଳେ ୨ ଜଣ ଦଲାଲ ଯୋଡ଼ା ଓ ଅନ୍ୟଜଣେ କାଶିପୁର ଅଞ୍ଚଳର ବୋଲି ଜଣାପଡିଛି। ତେବେ କେନ୍ଦୁଝର ଟାଉନ ଥାନା ଗୋବିନ୍ଦପୁର ଅଞ୍ଚଳରେ ବନରାଣୀ ୩ ମହିଳା କୋଠା କରି ମୟୂରଭଞ୍ଜ, ବାଲେଶ୍ଵର, ଜଗତସିଂହପୁର ଏବଂ ଝାଡଖଣ୍ଡରୁ ଯୁବତୀମାନଙ୍କୁ ଆଣି ରାକେଟ ଚଳାଇଥିଲେ। ଚଢାଉ ସମୟରେ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି।ସେକ୍ସ ରାକେଟ ପରିଚାଳନାରେ ବନରାଣୀଙ୍କୁ ଯୁବତୀ ଯୋଗାଉଥିବା ତୁରୁମୁଙ୍ଗା ଅଞ୍ଚଳର ନାରାୟଣ ମହାପାତ୍ର, ଯୋଡ଼ା ଅଞ୍ଚଳର ଫିରୋଜ ମହମ୍ମଦ ଏବଂ ମନୋଜ ବାରିକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମୁଖ୍ୟ ଅପରାଧି ରାଣୀ କିଛି ଦିନ ପୂର୍ବରୁ ଏହିଭଳି ଅପରାଧ କରି ଧରାପଡି ଜେଲ ଯାଇଥିଲା। ଜେଲରୁ ଫେରିପୁଣି ରାକେଟ୍ ଚଳାଉଥିଲା ବୋଲି ପୁଲିସ ବୟାନ ଦେଇଛି।
