ସେବା ନିବୃତକାଳୀନ ସମ୍ବର୍ଦ୍ଧନା ସଭାମୂଲ୍ୟବୋଧ ସଂସ୍କାର ଓ ମାନବିକତା ଗଢିବା ହିଁ ପ୍ରକୃତ ଶିକ୍ଷା
ଗଣିଆ,-(ବିଶ୍ୱରଂଜନ ସେଠି ) ଗଣିଆ ବ୍ଳକର ୩ଗୋଟି ବିଦ୍ୟାଳୟରେ ସେବାରୁ ଅବସର ନେଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସେବା ନିବୃତକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ରାସଙ୍ଗ ପ୍ରାଥମିକ ବିଦ୍ୟାଳୟରେ ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ବିନୋଦିନୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦାନ କରିଥିବାେବେଳ ସମ୍ମାନିତ ଅତିଥିଭାବେ ନୟାଗଡ଼ ଲେଖକ ପରିଷଦର ବରିଷ୍ଠ ଲେଖକ ଅଭିରାମ ବିଶ୍ୱାଳ, ର୍ପୂବତନ ବ୍ଳକ ଅଧ୍ୟକ୍ଷା ସସ୍ମିତା ସାହୁ, ବିଦାୟୀ ଶିକ୍ଷୟତ୍ରୀ ଉର୍ମିଳା ଦେଇ, ଗଣିଆ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରତାପ କୁମାର ପାଣିଗ୍ରାହୀ, ସମ୍ପାଦକ ଶେଭନ କୁମାର ପଣ୍ଡା, ବରିଷ୍ଠ ଶିକ୍ଷକ ବିଜୟ କୁମାର ମହାରଣା, ପୂର୍ବତନ ବିଆରସିସି ପ୍ରମୋଦ କୁମାର ରାଉତ, ସିଆରସିସି ସୁଶାନ୍ତ କୁମାର ରଣା, ବିଦ୍ୟାଳୟ ପରିଚାଳନା କମିଟିର ଫକୀର ଚରଣ ସ୍ୱାଇଁ ଉପସ୍ଥିତ ଥିଲେ ।

ସେହିପରି ମାଳତୀପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ସଭାପତି ନିରଜଂନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ବିନୋଦିନୀ ପଣ୍ଡା ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନିଳାଚଳ ମହାଖୁଡ଼, ପ୍ରଧାନଶିକ୍ଷକ ଦିନବନ୍ଧୁ ପ୍ରଧାନ, ଶିକ୍ଷକ ସଂଘର ସଂପାଦକ ଶୋଭନ କୁମାର ପଣ୍ଡା, କୋଷାଧ୍ୟକ୍ଷ ପ୍ରସାନ୍ତ କୁମାର ପାଣିଗ୍ରାହୀ, ସିଆରସିସି ସୁଶାନ୍ତ କୁମାର ରଣା, ବିଦାୟୀ ଶିକ୍ଷକ ଅଚ୍ୟୁତାନନ୍ଦ ରାଉତ ଉପସ୍ଥିତ ଥିଲେ । ସେହିଭଳି ୱାଲିପୁର ପ୍ରାଥମିକ ବିଦ୍ୟାଳୟରେ ପରିଚାଳନା କମିଟିର ସଭାପତିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ବିନୋଦିନୀ ପଣ୍ଡା ଯୋଗଦେଇଥିବାବେଳେ ମୁଖ୍ୟବକ୍ତାଭାବେ ପୂବତନ ବ୍ଳକ ଅଧ୍ୟକ୍ଷ ସଦାଶିବ ମିଶ୍ର, ସମ୍ମାନିତ ଅତିଥିଭାବେ ସରପଂଚ ସୁକାନ୍ତ କୁମାର ଗଣ୍ଠିଆ, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରତାପ କୁମାର ପାଣିଗ୍ରାହୀ, ସମ୍ପାଦକ ଶୋଭନ କୁମାର ପଣ୍ଡା, ବରିଷ୍ଠ ଶିକ୍ଷକ ବିଜୟ କୁମାର ମହାରଣା, ସୁରେଶ କୁମାର ବେହେରା, ବିଦାୟୀ ଶିକ୍ଷକ ପ୍ରତାପ କୁମାର ମହାରଣା, ୱାଲିପୁର ଗ୍ରାମ ସଭାପତି ଭୁବନେଶ୍ୱର ବାଘ ଉପସ୍ଥିତ ଥିଲେ ।ଛାତ୍ରଛାତ୍ରୀ ଓ ଅତିଥିମାନେ ବିଦାୟୀ ଶିକ୍ଷକମାନଙ୍କ ସଂପର୍କରେ ଗୁଣଗାନ କରିବା ସହିତ ସେମାନଙ୍କ ବ୍ୟକ୍ତିଗତ ଜୀବନର ସ୍ନେହୀ, ଛାତ୍ରବତ୍ସଳ ସମୟାନୁବର୍ତିତା ଶିକ୍ଷକ ଥିଲେ ବୋଲି ଅତିଥିମାନେ ନିଜ ଅଭିଭାଷଣରେ କହିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ସଭା ସାଙ୍ଗ କରାଯାଇ ବିଦାୟୀ ଶିକ୍ଷକମାନଙ୍କୁ ସଂକିର୍ତନ କରି ନିଜ ଗୃହରେ ଛାଡ଼ି ଆସିଥିଲେ ।