‘ସୈତାନ’ ଫିଲ୍ମରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିବା ତାମିଲ ଅଭିନେତ୍ରୀ ଅରୁନ୍ଧତୀ ନାୟାର ଦୁର୍ଘଟଣା

‘ସୈତାନ’ ଫିଲ୍ମରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିବା ତାମିଲ ଅଭିନେତ୍ରୀ ଅରୁନ୍ଧତୀ ନାୟାର ଦୁର୍ଘଟଣାରେ ଗୁରୁତର ହୋଇ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି। ଗତ ୧୪ ତାରିଖରେ ସେ ତାଙ୍କ ଭାଇ ସହ ବାଇକ୍‌ରେ ଚେନ୍ନାଇ-କୋଭାଲମ୍‌ ବାଇପାସ୍‌ ରୋଡ୍‌ରେ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ୩ଦିନ ତଳେ ତାଙ୍କର ଦୁର୍ଘଟଣା ହୋଇଥିବା ବେଳେ ଏବେ ତାଙ୍କ ଭଉଣୀ ଅରୁନ୍ଧତୀଙ୍କ ଇନଷ୍ଟା ଆକଉଣ୍ଟରେ ଖବରଟି ଦେଇଛନ୍ତି। ସେ ଲେଖିଛନ୍ତି ଯେ, “ତାମିଲନାଡୁର ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲରେ ପ୍ରକାଶିତ ଖବରକୁ ସ୍ପଷ୍ଟ କରିବାର ଆବଶ୍ୟକତା ମନେ କରି ଆମେ ଏହି ପୋଷ୍ଟ କରୁଛୁ।

ଏହା ସତ୍ୟ ଯେ ମୋ ଭଉଣୀ ଅରୁନ୍ଧତୀ ନାୟର ତିନି ଦିନ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସେ ଗୁରୁତର ଆହତ ଥିବା ସହ ତ୍ରିଭାନ୍ଦ୍ରମସ୍ଥିତ ଅନନ୍ତପୁରୀ ହସ୍ପିଟାଲରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ସେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତାଙ୍କର ଶୀଘ୍ର ପୁନରୁଦ୍ଧାର ପାଇଁ ଆମେ ଆପଣଙ୍କର ପ୍ରାର୍ଥନା ଏବଂ ସମର୍ଥନ ଆବଶ୍ୟକ କରୁ।”