ସୋମବାର ଦୀପାବଳି ଛୁଟି, ଘୋଷଣା କଲେ ରାଜ୍ୟ ସରକାର
ଆସନ୍ତା ସୋମବାର (୨୦୨୫ ଅକ୍ଟୋବର ୨୦) ତାରିଖରେ ଓଡ଼ିଶାରେ ଦୀପାବଳି ଛୁଟି ହେବ। ଏନେଇ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଦୀପାବଳି ପାଳନ ନେଇ ପୂର୍ବରୁ ମୁକ୍ତି ମଣ୍ଡପରେ ଘୋଷଣା ହୋଇଛି। ଶ୍ରୀମନ୍ଦିରରେ ଆସନ୍ତା ୨୦ ତାରିଖ ଦିନ ଦୀପାବଳି ଓ ପୟାଶ୍ରାଦ୍ଧ ଆୟୋଜନ ହେବ ବୋଲି ମଧ୍ୟ କୁହାଯାଇଛି। ତେବେ ଲୋକଙ୍କ ମଧ୍ୟରେ ଦୀପାବଳି ପାଳନ ଓ ଛୁଟି ନେଇ ଦ୍ବନ୍ଦ୍ବ ରହିଥିଲା।
