ସୋର ଜେଲ୍‌ରୁ କଏଦୀ ଫେରାର ଘଟଣା, ଦୁଇ ଜେଲ ଓ୍ବାର୍ଡରଙ୍କୁ ନିଲମ୍ବିତ କଲେ ଜେଲ ଡିଜି

ଦୁଇ ଜେଲ ଓ୍ବାର୍ଡର ଙ୍କୁ ନିଲମ୍ବିତ କଲେ ଜେଲ ଡିଜି।ଜେଲ ଆଇଜି ଘଟଣା ସ୍ଥଳ ପରିଦର୍ଶନ ପାଇଁ ନିର୍ଦେଶ ଦିଆଯାଇଛି।
ସୂଚନାମୁତାବକ ବାଲେଶ୍ଵର ଜିଲ୍ଲା ସୋର ସବ୍‌ ଜେଲରୁ ବିଚାରଧୀନ କଏଦୀ ଚମ୍ପଟ ମାରିବା ଘଟଣାର ୧୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ଫେରାର କଏଦୀ ଧରାପଡ଼ି ନାହିଁ। ସିମୁଳିଆ ଥାନା ଅଞ୍ଚଳରୁ ଏକ କାର୍ ଚୋରି ଉଦ୍ୟମ, ହତ୍ୟା ଧମକ ଅଭିଯୋଗରେ ଝାରଖଣ୍ଡ ବୋକାରୁ ଅଞ୍ଚଳର ଗିରଫ ହୋଇଥିବା ବିଚାରାଧୀନ ଅଭିଯୁକ୍ତ ଦୀପକ କୁମାର ରାଏ ଫେରାର୍ ହୋଇଯାଇଥିଲା। ଦୀପକକୁ ସିମୁଳିଆ ପୋଲିସ ୧୯ ଗତ ତାରିଖରେ ଗିରଫ କରି ସୋର ଜେଲକୁ ପଠାଇଥିଲା। ପୋଲିସ ବିଭିନ୍ନ ସ୍ଥାନ ଖୋଜାଖୋଜି ଜାରୀ ରଖିଛି।ଖୁବ୍ ଶୀଘ୍ର ଫେରାର କଏଦୀ କୁ ଧରିବାପାଇଁ ପୋଲିସ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନ ଉପରେ ନଜର ରଖାଯାଇଥିବା ବାଲେଶ୍ଵର ଏସପି ପ୍ରତ୍ୟୁଷ ଦିବାକରଙ୍କ ସୁଚନା।