ସ୍କୁଲ ଅଫିସ୍ ଭିତରେ ଲୁଚି ରହିଥିଲା ବିରାଟ ନାଗ

ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ସାନ ସାଶନ ପଞ୍ଚାୟତର ମତ ବାଜ ଶାସନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ ଭିତରୁ ସାଢେ ୪ ଫୁଟ ର ନାଗ ସାପ ଉଦ୍ଧାର । ଆଜି ଜଣେ ଶିକ୍ଷକ ବିଦ୍ୟାଳୟର ଅଫିସ ରୁମ ଖୋଲିଲା ବେଳେ ହଟାତ ଗୋଟିଏ ନାଗ ସାପ ଥାକ ଉପରେ ଫଣା ଟେକି ସୋଇ ଥିବା ଦେଖିଥିଲେ । ତେଣୁ ସେ ଭୟଭୀତ ହୋଇ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କହିଥିଲେ ।ସାପକୁ ଦେଖି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଭୟଭୀତ ହୋଇ ପଡିଥିଲେ । ତେଣୁ ସେମାନେ ଭଦ୍ରକର ସାପ ଧରାଳିଙ୍କୁ ଡାକିଥିଲେ | ଅଫିସ ରୁମ ଭିତରୁ ଗୋଟିଏ ସାଢେ ୪ ଫୁଟର ନାଗ ସାପକୁ ସୁରକ୍ଷିତ ଭାବେ ସେ ଉଦ୍ଧାର କରିଥିଲେ । ସାପ ଉଦ୍ଧାର ପରେ ସମସ୍ତେ ଆଶ୍ବସ୍ତି ହୋଇଥିଲେ ।