ସ୍ତ୍ରୀକୁ ଓଭରଡୋଜ୍ ଇଂଜେକ୍ସନ ଦେଇ ମାରିଦେଲା ଡାକ୍ତର ସ୍ବାମୀ, ସତ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ଓଭରଡୋଜ ଇଂଜେକ୍ସନ ଦେଇ ସ୍ତ୍ରୀକୁ ମାରିଦେଲା ଡାକ୍ତର ସ୍ୱାମୀ । କର୍ଣ୍ଣାଟକର ବେଙ୍ଗାଲୁରୁରେ ଚର୍ମ ବିଶେଷଜ୍ଞ କ୍ରିଥିକା ଏମ୍. ରେଡ୍ଡିଙ୍କ ମୃତ୍ୟୁକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ମୃତକଙ୍କ ସ୍ୱାମୀ ହିଁ ହତ୍ୟାକାରୀ ବୋଲି କହିଛି ପୋଲିସ । ଡାକ୍ତର ମହେନ୍ଦ୍ର ରେଡ୍ଡି ଜିଏସଙ୍କୁ ଗିରଫ କରିଛି ।ବେଙ୍ଗୋଲରରେ ୨୮ ବର୍ଷିୟା ଚର୍ମ ବିଶେଷଜ୍ଞ କ୍ରିଥିକା ଏମ ରେଡ୍ଡି ଡାକ୍ତର ମହେନ୍ଦ୍ରଙ୍କୁ ଗତବର୍ଷ ବିବାହ କରିଥିଲେ । କ୍ରିଥିକା ବିବାହ କରିବା ପରେ ଅଜଣା ରୋଗରେ ପୀଡିତ ହୋଇଥିଲେ । ରୋଗରେ ପୀଡିତ ହେବା ପରେ ଗତ ଏପ୍ରିଲ ୨୪ ତାରିଖରେ ସନ୍ଦେହ ଜନକ ଅବସ୍ଥାରେ ତାଙ୍କ ମୃତଦେହ ଘରୁ ମିଳିଥିଲା । ମୃତଦେହ ବ୍ୟବଛେଦ ପରେ ଶରୀରେ ପ୍ରୋପୋଫଲର ଚିହ୍ନ ଦେଖାଯାଇଥିଲା । ଏହାପରେ ପୋଲିସ ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିଲା । ବିଭିନ୍ନ ଦିଗରୁ ତଦନ୍ତ ପରେ ତାଙ୍କ ସ୍ୱାମୀ ହତ୍ୟା କରିଛି ବୋଲି ସ୍ପଷ୍ଟ ହୋଇଥିଲା । ଡାକ୍ତର ମହେନ୍ଦ୍ରଙ୍କର ଏକ ଅପରାଧିକ ଇତିହାସ ଥିଲା, ତାଙ୍କ ବିରୁଦ୍ଧରେ ଠକେଇ ଏବଂ ଧମକ ସମେତ ଅନେକ ମାମଲା ରୁଜୁ ହୋଇଥିଲା ତଦନ୍ତରୁ ଜଣାପଡିଛି । ତେବେ ବେଙ୍ଗାଲୁରୁ ପୋଲିସ ଅଭିଯୁକ୍ତକୁ ରିମାଣ୍ଡରେ ନେଇ ଅଧିକ ତଦନ୍ତ କରୁଛି । ତେବେ ପୋଲିସ କହିବାନୁସାରେ ସ୍ତ୍ରୀଙ୍କ ରୋଗ ସମ୍ପର୍କରେ ମହେନ୍ଦ୍ର ଜାଣିଥିଲା । ଏହାପରେ ଅଭିଯୁକ୍ତ ସ୍ୱାମୀ ହସ୍ପିଟାଲ ମାଧ୍ୟମରେ ବେଆଇନଭାବେ ଡ୍ରଗ୍ସ ପାଇଥିଲା । ଆଉ ନିଜେ ଡାକ୍ତର ହୋଇଥିବାରୁ ଏହାର ଫାଇଦା ନେଇ ଓଭରଡୋଜ ଇଞ୍ଜେକସନ ଦେଇଥିଲା । ନିଜେ ସାବଧାନତାର ସହ ହତ୍ୟା କରିବା ପରେ ଏହାର ରୂପ ଅଲଗା କହିଥିଲା ।