ସ୍ବପ୍ନରେ ଏସବୁ ଦେଖିଲେ ବଢ଼େ ଧନପ୍ରାପ୍ତିର ଯୋଗ

ଜଣେ ବ୍ୟକ୍ତି ରାତିରେ ସ୍ବପ୍ନ ଦେଖିଲେ ତାହାର କି କି ଉଦ୍ଦେଶ୍ୟ ଥାଏ ତାହା ଏବେ ଜାଣନ୍ତୁ।

ସୁସ୍ବାଦୁ ଭୋଜନ ଖାଇବା: ଯଦି କେହି ସ୍ବପ୍ନରେ ଭଲ ଖାଇବା ଖାଇଥାଏ ତେବେ ଏହା ଧନଲାଭର ସଙ୍କେତ ଦେଇଥାଏ। ଏହି ସ୍ବପ୍ନକୁ ଦେଖିବା ଅର୍ଥ ଉତ୍ତମ ସ୍ବାସ୍ଥ୍ୟ ଏବଂ ଉନ୍ନତି ମଧ୍ୟ ହୋଇଥାଏ।

ମୟୂର ପୁଚ୍ଛ: ସ୍ବପ୍ନରେ ମୟୁର ପୁଚ୍ଛ ଦେଖିବା ଖୁବ୍‌ ଭଲ। ଉକ୍ତ ବ୍ୟକ୍ତି ପାଇଁ ଶୀଘ୍ର ଧନପ୍ରାପ୍ତିର ଅବସର ମିଳିବ। ହେଲେ ଏହି ସ୍ବପ୍ନ ଦେଖିଲେ କାହାରିକୁ କହିବା ଉଚିତ ନୁହେଁ।

ଝାଡ଼ୁ: କୁହାଯାଏ ଲକ୍ଷ୍ମୀଙ୍କୁ ଝାଡ଼ୁ ପସନ୍ଦ। ଏଣୁ ଝାଡ଼ୁକୁ ବୈଭବର ପ୍ରତୀକ ବୋଲି କୁହାଯାଏ। ଯେଉଁ ଲୋକ ସ୍ବପ୍ନରେ ଝାଡ଼ୁ ଦେଖିଥାଏ, ତାର ଘରେ ଦରିଦ୍ରତା ରୁହେ ନାହିଁ। ଏପରିକି ଧନଲାଭର ଗୋଟିଏ ପରେ ଗୋଟିଏ ସୁଯୋଗ ସୃଷ୍ଟି ହୁଏ। ଏଭଳି ସ୍ବପ୍ନ ଦେଖିଲେ ମା’ ଅଥବା ସ୍ତ୍ରୀଙ୍କୁ କହିବା ଭଲ ବୋଲି କୁହାଯାଇଛି।

ଫୁଲ: ସ୍ବପ୍ନରେ ପଦ୍ମ, କେତକୀ, ନାଗକେସର, କୁସୁମ ଆଦି ଫୁଲ ଦେଖିବା ଭଲ। ଏପରିକି ଫୁଲରେ ଯଦି ପ୍ରଜାପତି ବସିବା ଦେଖନ୍ତି ତେବେ ଏହା ବହୁତ ଶୁଭ। ଏହାର ଅର୍ଥ ଧନପ୍ରାପ୍ତି ବୋଲି କୁହାଯାଇଛି।