ସ୍ବାଧୀନତା ଦିସବରେ ସୁନା ପ୍ରେମୀଙ୍କୁ ମିଳିଲା ଆଶ୍ବସ୍ତି ଖବର
ସ୍ୱାଧୀନତା ଦିବସ ଉପଲକ୍ଷେ କମିଛି ସୁନା ଦର । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୦୧,୨୪୦ ଟଙ୍କାରେ କାରବାର ଆରମ୍ଭ କରିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୯୨,୮୦୦ ହୋଇଛି ।ଅନ୍ୟପଟେ ଓଡ଼ିଶା ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୦୧,୨୪୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୯୨,୮୦୦ ଟଙ୍କାରେ କାରବାର ଆରମ୍ଭ କରିଛି।ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧, ୦୧,୨୪୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୯୨ ହଜାର ୮୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧,୦୧,୩୯୦ ଟଙ୍କା ଓ ୨୨ କ୍ୟାରେଟ୍ ୯୨, ୯୫୦ ଟଙ୍କା ରହିଛି ।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧, ୧୬,୧୦୦ ଟଙ୍କା ହୋଇଛି ।
