ସ୍ଵପ୍ନାଦେଶ ପରେ ମିଳିଲା ପାଣିରେ ଭାସୁଥିବା ପଥର

ରାୟଗଡା ଜିଲ୍ଲା ଗୁଣପୁରର ଭିମପୁର ନିକଟ ମାଛଡିଆ ନଦୀରେ ଗୋଟିଏ ପଥର ଖଣ୍ଡ ଭାସି ଆସି ଏକ ବାଲି ଶଯ୍ୟା ଉପରେ ଥିବା ଦେଖିବାକୁ ମିଳିଥିଲା । ଯାହାର ଓଜନ ପ୍ରାୟ ୮ ରୁ ୯ କେଜି ହେବ । ତେବେ ଗତ ଗୁରୁବାର ଦିନ ଭିମପୁର ଗମାଙ୍ଗୋ ସାହିର ଇଶ୍ଵର ଶବରଙ୍କୁ ସ୍ଵପ୍ନାଦେଶ ହୋଇଥିଲା । ଇଶ୍ଵର ଶବରଙ୍କୁ ଜଣେ ଋଷି କହିଥିଲେ ଯେ ମହେନ୍ଦ୍ର ତନୟାରେ ଗୋଟିଏ ପଥର ଅଛି ସେଠାକୁ ଯିବା ପାଇଁ । ଶୁକ୍ରବାର ସକାଳୁ ଇଶ୍ଵର ସେଠାକୁ ଯାଇ ସେହି ପଥରକୁ ସଂଗ୍ରହ କରି ଧୋଇବା ସହ ନଦୀ ପାଣିରେ ଭସାଇଥିଲେ । ପରେ ସେହି ପଥରକୁ ଘରେ ଆଣି ରଖି ହଳଦୀ, ସିନ୍ଦୁର ଦେଇ ପୂଜା କରୁଛନ୍ତି ଲୋକେ ।