ସ୍ଵାମୀ ଭିକିଙ୍କ ସହ କଫି ଡେଟ୍‌ରେ ରୋମାଣ୍ଟିକ୍‌ ହେଲେ କ୍ୟାଟ୍‌,

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ତାଙ୍କ ପ୍ରଶଂସକଙ୍କ ପାଇଁ ସର୍ବଦା କିଛିନା କିଛି ଫଟୋ ଭିଡିଓ ଶେୟାର କରିଥାନ୍ତି। ତେବେ ନିଜ ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି କ୍ୟାଟ୍ରିନା ଏବଂ ଭିକି କିଛି ରୋମାଣ୍ଟିକ୍‌ ସମୟ ବିତାଉଥିବା ଫୋଟରେ ନଜର ଆସିଛି। କ୍ୟାଟ୍ରିନା ତାଙ୍କ ରୋମାଣ୍ଟିକ କଫି ଡେଟ୍‌ର କିଛି ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ପ୍ରଥମ ଫଟୋରେ ଅଭିନେତ୍ରୀ କଫି ଟେବୁଲରେ ବିକିଙ୍କ ପାଖରେ ବସିଥିବାବେଳେ ସୁନ୍ଦର ହସ ସହିତ ପୋଜ୍ ଦେଉଛନ୍ତି। ଅନ୍ୟପକ୍ଷରେ, ଦ୍ୱିତୀୟ ଫଟୋରେ ଏବଂ ତୃତୀୟରେ କଫି ଏବଂ ଜଳଖିଆର ଝଲକ ଦେଖାଯାଉଛି।

Leave a comment