ସ୍ୱାସ୍ଥ୍ୟ ପାଇଁ ବାସି ପଖାଳ ଖାଇବାର ଉପକାରିତା

ବାସି ଭାତର ଉପକାରିତା ସଂପର୍କରେ ଜାଣିବେ,ତେବେ କେବେ ତାକୁ ଫୋପାଡିବେ ନାହିଁ |ନିକଟରେ ବାସି ଭାତକୁ ନେଇ ଆସାମର କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗବେଷଣା କରାଯଇଥିଲା। ସେଥିରୁ ଏହି କଥା ସ୍ପଷ୍ଟ ହୋଇଛି।ବାସି ଭାତକୁ ରାତି ସାରା ପାଣିରେ ଭିଜାଇ ରଖି ଖାଇଲେ ତାହା ଖୁବ୍‌ ଲାଭଦାୟକ। ଅର୍ଥାତ୍‌ ଏହାକୁ ଆମେ ପଖାଳ ଭାତ ଭାବେ ଗ୍ରହଣ କରିଥାଉ।

ଆମେ ଯେତେବେଳେ ଭାତ ରାନ୍ଧିଥାଉ,ସେଥିରେ ଆଇରନ୍‌ର ମାତ୍ରା ୩.୪ ମିଲିଗ୍ରାମ୍‌ ଥାଏ।ଯଦି ସମାନ ପରିମାଣର ଚାଉଳକୁ ରାତିସାରା(ଅନ୍ୟୁନ୍‌ ୧୨ ଘଣ୍ଟା) ଭିଜାଇ ରଖାଯାଏ,ତେବେ ସେଥିରେ ଥିବା ଆଇରନ୍‌ ମାତ୍ରା ୭୩.୯୧ ମିଲିଗ୍ରାମ୍‌ ହୋଇଯାଏ।

ଠିକ୍‌ ସେହିପରି ଏଥିରେ ସୋଡିଅମ୍‌,ପୋଟାସିଅମ୍‌ ଓ କାଲସିଅମ୍‌ର ମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ।ପଖାଳ ଭାତରେ ସବୁଠାରୁ ଅଧିକ ଶକ୍ତିବର୍ଦ୍ଧକ ଉପାଦାନ ରହିଛି। ପ୍ରାତଃ ଭୋଜନରେ ପଖାଳ ଭାତ ଖାଇଲେ,ଦେହରେ ସ୍ଫୂର୍ତ୍ତି ଆସିବାସାଙ୍ଗକୁ ପେଟରେ ଅଲସର୍‌ର ସମସ୍ୟା ଥିଲେ,ତାହାମଧ୍ୟ ଦୂରୀଭୂତ ହୋଇଥାଏ।