ହରଘର ତୀରଙ୍ଗା ଉପଲକ୍ଷେ ଗଣିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ
ଗଣିଆ: “(ବିଶ୍ୱରଂଜନ ସେଠି )ହରଘର ତୀରଙ୍ଗା” କାର୍ଯ୍ୟକ୍ରମ ଉପଲକ୍ଷେ ଜିଲ୍ଲା ଜଳ ଓ ପରିମଳ ମିଶନ, ଜିଲ୍ଲାପରିଷଦ ନୟାଗଡ଼ ତରଫରୁ ଗଣିଆ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ରବିବାର ଦିନ ପୂର୍ବାହ୍ନରେ ବ୍ଲକ କାଯ୍ୟଳୟ ପରିସରରେ ଏକ ସ୍ୱଚ୍ଛତା ଅଭିଯାନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନରେ ବ୍ଲକ ଉନ୍ନୟନ ଅଧିକାରୀ ଲବଣ୍ୟେନ୍ଦୁ ମହାନ୍ତିଙ୍କ ଅଧକ୍ଷତାରେ ଏବିଡ଼ିଓ ରାତନଲାଲ ଲୋହରା, ଡବ୍ଲୁଓ ସମୀର କୁମାର ସାହୁ, ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ, ବିଆରସି ସୁରଜ ନାୟକ ଓ ପଞ୍ଚାୟତ କାଯ୍ୟନିର୍ବାହୀ ଅଧିକାରୀ ମଳୟ ରଞ୍ଜନ ପଟ୍ଟନାୟକ, ସୁନୀଲ କୁମାର ବେହେରା ଓ ଲଷ୍ମୀଧର ସ୍ୱାଇଁଙ୍କ ସମେତ ସମସ୍ତ କର୍ମଚାରୀ ସାମିଲ ହୋଇ କାର୍ଯ୍ୟାଳୟ ଓ ଏହାର ଆଖପାଖ ପରିବେଶକୁ ସଫାସୁତୁରା କରିଥିଲେ।ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ପରିବେଶକୁ ସ୍ୱଚ୍ଛ, ସୁନ୍ଦର ଓ ନିର୍ମଳ ରଖିବା ସହ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଡ଼ିଓ ଶ୍ରୀଯୁକ୍ତ ମହାନ୍ତି କହିଥିଲେ । ।

ପରିବେଶ ସଫାସୁତୁରା ରହିଲେ ମଶା, ମାଛି, ଜୀବାଣୁ ଓ ଭୂତାଣୁ ବଂଶବୃଦ୍ଧି କରିପାରନ୍ତି ନାହିଁ। ଫଳରେ ଡେଙ୍ଗୁ, ମ୍ୟାଲେରିଆ, ହଇଜା ଓ ଝାଡ଼ାବାନ୍ତି ଭଳି ସଂକ୍ରାମକ ରୋଗରୁ ରକ୍ଷା ମିଳିଥାଏ। ସେହିପରି ସ୍ୱଚ୍ଛ ଓ ନିର୍ମଳ ପରିବେଶ ମନକୁ ଶାନ୍ତ ରଖେ, ମାନସିକ ଚାପ କମାଏ ଏବଂ କାର୍ଯ୍ୟ କରିବାର ଉତ୍ସାହ ଓ ଦକ୍ଷତା ବୃଦ୍ଧି କରେ। ରୋଗବ୍ୟାଧି କମ୍ ହେଲେ ଚିକିତ୍ସା ଖର୍ଚ୍ଚ ବଞ୍ଚିଥାଏ, ଯାହା ଦ୍ୱାରା ପରିବାରର ଆର୍ଥିକ ବୋଝ କମିଥାଏ।: ଘର, କାର୍ଯ୍ୟାଳୟ ଓ ଗାଁ/ସହର ସଫା ରହିଲେ ତାହା ଦେଖିବାକୁ ସୁନ୍ଦର ଲାଗେ ଏବଂ ସମାଜରେ ସୁସ୍ଥ ପରମ୍ପରା ସୃଷ୍ଟି ହୁଏ।ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ଦ୍ୱାରା ବାୟୁ, ଜଳ ଓ ମୃତ୍ତିକା ପ୍ରଦୂଷଣ ହ୍ରାସ ପାଇଥାଏ। ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଶ୍ରମଦାନ କରିଥିଲେ।
