ହରିୟାଣା ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ ଜେଲରୁ ବାହାରିଛି ବାବା ରାମ ରହିମ।

ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଆତ୍ମଘୋଷିତ ବାବା ରାମ ରହିମ ଜେଲରୁ ବାହାରିଛନ୍ତି। ରାଜ୍ୟ ସରକାର ତାଙ୍କୁ ୨୧ ଦିନ ପାଇଁ ପାରୋଲ ଦେଇଛନ୍ତି ।ମଙ୍ଗଳବାର ସକାଳ ୬ଟା ୪୬ରେ ହନିପ୍ରୀତ ସୁନାରିଆ ଜେଲରୁ ରାମ ରହିମକୁ ନେଇ ୟୁପିର ବର୍‌ନାୱା ଆଶ୍ରମ ଚାଲି ଯାଇଛନ୍ତି।ହନିପ୍ରୀତଙ୍କ ବ୍ୟତୀତ ଗୋଟିଏ କାରରେ ଡ୍ରାଇଭର ରାଜା ଏବଂ ସିପି ଆରୋରା ଥିବାବେଳେ ଅନ୍ୟ କାରରେ ଡ୍ରାଇଭର ପ୍ରୀତମ, ଆଡଭୋକେଟ ହର୍ଷ ଆରୋରା ଏବଂ ଡକ୍ଟର ପି.ଆର ନୈନ ଥିଲେ। ପୋଲିସର ସୁରକ୍ଷା ଅଧୀନରେ ରାମ ରହିମଙ୍କୁ ଜେଲରୁ ଉତ୍ତର ପ୍ରଦେଶ ନିଆଯାଇଛି।

ସାଧ୍ୱି ବଳାତ୍କାର ମାମଲାରେ ଗୁରୁମିତ ରାମ ରହିମଙ୍କୁ ୨୦୧୭ରେ ଦଣ୍ଡିତ କରାଯାଇଥିଲା। ପରେ ତାଙ୍କୁ ଛତ୍ରପତି ହତ୍ୟା ମାମଲା ଏବଂ ରଣଜିତ ହତ୍ୟା ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ସେବେଠାରୁ ସେ ସୁନାରିଆ ଜେଲରେ ରହିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ରାମ ରହିମଙ୍କୁ ପାରୋଲ ପ୍ରଦାନ ଉପରେ ରାଜ୍ୟ ସରକାର ନିଜେ ନିଷ୍ପତ୍ତି ନିଅନ୍ତୁ। ଏହା ପରେ ରାମରାହିମ ୨୧ ଦିନ ପାରୋଲ ପାଇଁ ଏକ ଆବେଦନ କରିଥିଲେ। ସରକାର ଏହି ଆବେଦନକୁ ଗ୍ରହଣ କରି ସୋମବାର ଦିନ ଏହାକୁ ମଞ୍ଜୁର କରିଛନ୍ତି।