ହର୍ବାଲ ଟିକୁ /ଫ୍ଲାଓ୍ବାର ଟି ‘ଚା’ କହିବା ଭୁଲ; ବେଆଇନ ଘୋଷଣା କଲା FSSAI
ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଚା’ କୁ ନେଇ ଏକ ସ୍ପଷ୍ଟ ମତ ଦେଇଛି। କେବଳ କାମେଲିଆ ସାଇନେସିସ୍ ଗଛରୁ ତିଆରି ଉତ୍ପାଦଗୁଡ଼ିକୁ ହିଁ “ଚା” କୁହାଯାଇପାରିବ ବୋଲି ସ୍ପଷ୍ଟ ଭାବରେ କୁହାଯାଉଛି।FSSAI ନିର୍ଦ୍ଦେଶ ଦେଇଛି ହର୍ବାଲ୍ ଟି, ଡିଟକ୍ସ ଟି ଏବଂ ଫ୍ଲାଓ୍ବାର ଟି ଭଳି ବହୁ ପ୍ରଡକ୍ଟକୁ ଏବେ ସେମାନଙ୍କର ନାମ ବଦଳାଇବାକୁ ପଡିବ। ଏହାକୁ ଚା’ ଭାବରେ ବିକ୍ରି ହୋଇପାରିବ ନାହିଁ। ବଜାରରେ ଉପଲବ୍ଧ ହର୍ବାଲ୍ ଟି, ରୁଇବୋସ୍ ଟି ଏବଂ ଫ୍ଲାଓ୍ବାର ଟି’ କୁ ଚା’ ଭାବରେ କହିବା ବେଆଇନ । ଏହାପରେ ବି ଯଦି ହର୍ବାଲ କିମ୍ବା ଗ୍ରୀନ୍ ଟି କହି ଚା’ ବିକ୍ରି କରନ୍ତି ତେବେ ତାହା ଭ୍ରମାତ୍ମକ ବିଜ୍ଞାନ ଓ ଭୁଲ ଲେବଲିଂ ବୋଲି କୁହାଯିବ। ଚା ପ୍ୟାକେଜରେ ପ୍ରକୃତ ନାମ ଲେଖିବା ବାଧ୍ୟତାମୂଳକ, ଭୁଲ ନାମକରଣକୁ ଭୁଲ ବ୍ରାଣ୍ଡିଂ ଭାବରେ ବିବେଚନା କରାଯିବ। ଏହା ବ୍ୟତୀତ, ଅନ୍ୟ କୌଣସି ଉଦ୍ଭିଦ, ଔଷଧି କିମ୍ବା ଫୁଲରୁ ତିଆରି ପାନୀୟକୁ ‘ଚା’ କହିବାକୁ ଭୁଲ, ଭ୍ରାମକ ଏବଂ ଆଇନଗତ ଭାବରେ ଅନୁପଯୁକ୍ତ ବୋଲି ବିବେଚନା କରାଯାଏ।ସମସ୍ତ ନିର୍ମାତା, ବିକ୍ରେତା, ଆମଦାନୀକାରୀ ଏବଂ ଇ-କମର୍ସ ପ୍ଲାଟଫର୍ମଗୁଡ଼ିକୁ ଏଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ଏଥିସହିତ ଔଷଧୀୟ କିମ୍ବା ଉଦ୍ଭିଦ-ଆଧାରିତ ପାନୀୟ ମାଲିକାନା ଖାଦ୍ୟ କିମ୍ବା ଅଣ-ନିର୍ଦ୍ଦିଷ୍ଟ ଖାଦ୍ୟ ନିୟମ,୨୦୧୭ ଅଧୀନରେ ଆସିବ।
ଏହି ନିୟମ ଉଲ୍ଲଂଘନ କଲେ ଖାଦ୍ୟ ସୁରକ୍ଷା ଏବଂ ମାନକ ଆଇନ ୨୦୦୬ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
