ହଳଦିଆ ରଙ୍ଗ ସମସ୍ୟାରୁ ମୁକୁଳିବା ପାଇଁ କଣ କରିବେ ?

ବେକିଂ ସୋଡା-ବେକିଂ ସୋଡା ବ୍ୟବହାର କରି ଆପଣ ହଳଦିଆ ଦାନ୍ତକୁ ମଧ୍ୟ ଚକ୍‌ଚକ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ବ୍ରଶରେ ଏକ ଚାମଚ ଲୁଣ ଏବଂ ବେକିଂ ସୋଡା ରଖି ଧୀରେ ଧୀରେ ଦାନ୍ତକୁ ସଫା କରିବାକୁ ପଡିବ । ଏହା କରିବା ଦ୍ୱାରା ଦାନ୍ତ ଧଳା ହୋଇଯାଏ ।

ଭିନେଗାର-ହଳଦିଆ ଦାନ୍ତରୁ ମୁକ୍ତି ପାଇବା ପାଇଁ ବେଶ୍ ପ୍ରଭାବଶାଳୀ ହୋଇପାରେ ଭିନେଗାର । ଏଥିପାଇଁ ଆପଣଙ୍କୁ ଏକ ଚାମଚ ଭିନେଗାରକୁ ଏକ ଗ୍ଲାସ୍ ପାଣିରେ ମିଶାଇ ସେଥିରେ ଗାର୍ଗେଲିଙ୍ଗ କରିବାକୁ ପଡିବ । କୁହାଯାଏ ଯେ ଏପରି କରିବା ଦ୍ବାରା ପାଟିର ଗନ୍ଧ ଦୂର ହେବା ସହିତ ଦାନ୍ତରେ ମଧ୍ୟ ଚମକ ଫେରିଥାଏ ।

ଅଦ-ହଳଦିଆ ଦାନ୍ତ ସମସ୍ୟା ଦୂର କରିବାର ଆଉ ଏକ ଉପାୟ ହେଉଛି ଅଦା । ଅଦାକୁ ଲୁଣ ସହ ମିଶାଇ ଗରମ ପାଣିରେ ଫୁଟାଇବାକୁ ପଡିବ । ଏହାପରେ ଆପଣ ଗାର୍ଗେଲିଙ୍ଗ କରିବେ । ଏପରି କରିବା ଦ୍ବାରା ଦାନ୍ତର ହଳଦିଆ ଏବଂ ପାଟିର ଦୁର୍ଗନ୍ଧ ସମସ୍ୟା ଦୂର ହୋଇଯାଏ ।