ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ସୁପରଷ୍ଟାର ବୁଦ୍ଧାଦିତ୍ୟ
ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ସୁପରଷ୍ଟାର ବୁଦ୍ଧାଦିତ୍ୟ ମହାନ୍ତି । କଟକର ଏକ ଘରୋଇ ହସ୍ପିଟାଲରେ ଚାଲୁଥିଲା ଚିକିତ୍ସା । ତେବେ ଓଡିଶା ବାସୀଙ୍କ ଭଲପାଇବା ଓ ଆଶୀର୍ବାଦରୁ ୮ ଦିନ ପରେ ସୁସ୍ଥ ହେଇ ଆଜି ଘରକୁ ଫେରିଲେ ବୁଦ୍ଧାଦିତ୍ୟ ।ସୂଚନାନୁଯାୟୀ, ଗତ ଆଠ ଦିନ ତଳେ ବୁଦ୍ଧାଦିତ୍ୟ ମହାନ୍ତି ଘରେ ଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତୁରନ୍ତ ପରିବାର ଲୋକେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଫୁସଫୁସ୍ ସଂକ୍ରମଣ ଜନିତ ରୋଗରେ ପୀଡ଼ିତ ହୋଇ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ପଲ୍ୟୁମନାରୀ ମେଡିସିନ୍ ବିଭାଗର ଡାକ୍ତର ଚିକିତ୍ସା କରୁଥିଲେ। ୮ ଦିନ ପରେ ଆଜି ସୁସ୍ଥ ହୋଇ ବୁଦ୍ଧାଦିତ୍ୟ ଘରକୁ ଫେରିଛନ୍ତି। ଘରେ ରହି ନିୟମିତ ମେଡିସିନ୍ ଓ ରେଷ୍ଟ ନେଲେ ସମ୍ପୂର୍ଣ୍ଣ ଭାବରେ ଠିକ୍ ହେଇଯିବେ ବୋଲି ସୂଚନା ମିଳିଛି।
