ହସ୍ପିଟାଲରେ ଅମିତାଭ ବଚ୍ଚନ

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସ୍ବାସ୍ଥ୍ୟାବସ୍ଥା ଖରାପ ରହିଛି। ତାଙ୍କୁ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ଅମିତାଭ ବଚ୍ଚନ ଆଞ୍ଜିଓପ୍ଲାଷ୍ଟି କରିଛନ୍ତି। କଡା ସୁରକ୍ଷା ମଧ୍ୟରେ ବିଗ ବି ଆଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ।

ସୂଚନା ଅନୁସାରେ ବିଗ ବିଙ୍କ ଗୋଡରେ ରକ୍ତ ଜମାଟ ବାନ୍ଧିବା ଯୋଗୁଁ ତାଙ୍କର ଅସ୍ତ୍ରୋପଚାର କରାଯାଇଛି । ବର୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ରହିଛି ଓ ସେ ଖୁବ ଶିଘ୍ର ଘରକୁ ଫେରିବେ ବୋଲି ପରିବାର ପକ୍ଷରୁ କୁହାଯାଇଛି|ଅନ୍ୟପକ୍ଷରେ ବିଗ୍ ବିଙ୍କ ଏକ୍ସ ଆକାଉଣ୍ଟ ଦେଖିବା ପରେ ଜଣାପଡ଼ିଛି ଯେ, ଦିନ ୧୨.୨ରେ ସେ ଏକ ପୋଷ୍ଟ କରିଛନ୍ତି। ଆଞ୍ଜିଓପ୍ଲାଷ୍ଟି ପରେ ସେ ଏହି ପୋଷ୍ଟ କରିଥିବା ଆଶା କରାଯାଉଛି। ସେ ପୋଷ୍ଟରେ ସର୍ବଦା କୃତଜ୍ଞ ବୋଲି ଲେଖିଛନ୍ତି।