ହାଟ ସମସ୍ୟା କୁ ନେଇ ବିଜେପି କର୍ମୀ ଙ୍କ ଭିତରେ ବାକ ଯୁଦ୍ଧ, ଅଭିନଵ ଉପାୟରେ ହାଟ ମଧ୍ୟରେ ଧାନ ଚାଷ ।ଲୋକ ଙ୍କ ସାମ୍ନାରେ ବିଜେପି କର୍ମୀ ପରସ୍ପର କଥାକଟି ।

ପୁରୀ :-07/09/2025 ବିଜେପି କର୍ମୀ ଙ୍କ ମଧ୍ୟରେ କଥା କଟାକଟି। ସର୍ବ ସମ୍ମୁଖରେ ବିଜେପି କର୍ମୀ ଙ୍କ ପରସ୍ପର ପରସ୍ପର କୁ ଆକ୍ଷେପ।ପୁରୀ ଜିଲ୍ଲା କାକଟପୁର ଅଞ୍ଚଳ ସମେତ ସନ୍ନିକଟ ଅଞ୍ଚଳର ଶତାଧିକ ପରିବାର ଓଥକା ସାପ୍ତାହିକ ପରିବା ହାଟ ଓ ପରିବା ବଜାର ଉପରେ ନିର୍ଭର କରିଥାନ୍ତି। କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିଥିବା ବେଳେ ବର୍ଷା ଯୋଗୁଁ ପରିବା ବଜାର ସମେତ ସାପ୍ତାହିକ ହାଟ କୁ ଥିବା ବିଭିନ୍ନ ବାଟ କାଦୁଅ ରେ ପରିପୂର୍ଣ୍ଣ । ପ୍ରବେଶ ବାଟ ରେ ପାଣି ଜମୁଥିବା ବେଳେ ଜଳ ନିଷ୍କାସନ ପାଇଁ କୌଣସି ସୁବିଧା ନ ଥିବାରୁ ପାଣି ଜମି ରହି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଅନ୍ୟ ପଟେ ହାଟ ବିଭିନ୍ନ ପାର୍ଶ୍ୱରେ ପଚା ପରିବା ସାଙ୍ଗକୁ କାଦୁଅ ପଚ ପଚ ହୋଇ ଗ୍ରାହକ ପରିବା କିଣିବା ପାଇଁ ବଜାର ରେ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି। ବେପାରୀ, ଚାଷୀ ଓ ଖାଉଟି ସମସ୍ତେ ପୁତିଗନ୍ଧମୟ ପରିବେଶରେ ପ୍ରବେଶ କରୁଥିଲେ ମଧ୍ୟ ଏହାର ପ୍ରତିକାର ଦିଗରେ କେହି ପଦକ୍ଷେପ ନେଉନାହାନ୍ତି। ନିର୍ବାଚିତ ଲୋକ ପ୍ରତିନିଧି ମାନେ ନୀରବତା ଅଵଲମ୍ବନ କରୁଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ ନିର୍ବିକାର ଭାବେ ରହିଛନ୍ତି। ଯାହାକୁ ନେଇ ଯାତାୟାତ କରୁଥିବା ଚାଷୀ, ବ୍ୟବସାୟୀ ଓ କ୍ରେତା ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କାକଟପୁର ବ୍ଲକ ଓଥକା ସାପ୍ତାହିକ ହାଟ ଓଥକା ପଂଚାୟତ ମାଧ୍ୟ୍ୟମରେ ପରିଚାଳନା ହେଉଛି। ପ୍ରତି ସପ୍ତାହ କୁ ଦୁଇ ଥର ହାଟରେ କାରବାର ହୋଇଥାଏ। ହାଟ କୁ ଆଖ ପାଖ ଅଞ୍ଚଳ ସହ କୋଣ ଅନୁକୋଣ ରୁ ବେପାରୀ ଏହି ହାଟ କୁ ଆସିଥାନ୍ତି।କାକଟପୁର ବଜାର ସମେତ ୧୦ରୁ ୧୫କିଲୋମିଟର ସନ୍ନିକଟ ଗ୍ରାମରୁ ବେପାରୀ ଓ ଖାଉଟି ଏହି ହାଟ ଉପରେ ନିର୍ଭର କରିଥାନ୍ତି। ହାଟ ଭିତରକୁ ୪ଟି ପ୍ରବେଶ ପଥ ଅଛି। ଗୋଟିଏ ପ୍ରବେଶ ପଥକୁ ଛାଡି ଦେଲେ ଅନ୍ୟ ପ୍ରବେଶ ପଥ ଦେଈ ହାଟ କୁ ଆସିବା କାଠିକର ପାଠ।ଯାହାକୁ ନେଇ ହାଟ ସମସ୍ୟା ଦୂର ନ ହେବାରୁ ସ୍ଥାନୀୟ ଯୁବକ ଅଭିନଵ ଉପାୟ ରେ ହାଟ ମଧ୍ୟରେ ଧାନ ତଳି ଲଗାଛନ୍ତି। ଯାହାକୁ ବିରୋଧ କରି ସରପଞ୍ଚ ଙ୍କ ପ୍ରତିନିଧି ଓ ସ୍ଥାନୀୟ ଯୁବକ ମଧ୍ୟରେ ଦୀର୍ଘ ସମୟରେ ବାକ ଯୁଦ୍ଧ ହୋଇଥିଲା। କାଦୁଅରେ ଚାଲି ଚାଲି ପ୍ରବେଶ ବେଳେ ଚପଲ ଅଟକି ଯାଉଛି। ଯିଏ ବର୍ଷା ପାଗରେ ପ୍ରବେଶ କରିଛି ସେ ହିଁ ହୃଦୟଙ୍ଗମ କରିଛି। ପୂର୍ବରୁ ଏହି ସବୁ କିଛି ସ୍ଥାନ କଂକ୍ରିଟ ଥିଲା, ରକ୍ଷଣାବେକ୍ଷଣ ଅଭାବ ରୁ ଧୀରେ ଧୀରେ ନଷ୍ଟ ହୋଇଗଲା ପରେ ଏପରି ଅବସ୍ଥା ହୋଇଛି। ହାଟ ମଧ୍ୟରେ ଅନେକ ସ୍ଥାନରେ ଚାଷୀ ଓ ବେପାରୀ ମୁଣ୍ଡରେ ଜରିପାଲ ଦେଈ ପରିବା ସମେତ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି। ଯେଉଁ ଆଡ଼େ ଦେଖିବ କାଦୁଅ ପଚ ପଚ। ପଚା ସଢା ପରିବା ପଚି ସଢ଼ି ପୁତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷ ବର୍ଷ ଧରି ଏପରି ସମସ୍ୟା ରହିଛି କୌଣସି ସମାଧାନ ହେଉନାହିଁ। ଏହି ସ୍ଥାନଟି ଗାଈ ଷଣ୍ଡ ଙ୍କ ଚରାଭୂଇଁ ପାଲଟିଛି। ସ୍ଥାନୀୟ ଲୋକ ଦାବୀ କରିଛନ୍ତି ଜିଲ୍ଲା ପ୍ରଶାସନ ଚାଷୀ, ବ୍ୟବସାୟୀ ଓ ଖାଉଟି ଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ସେଡ ସହ ହାଟ ଉର୍ନ୍ନତି କରଣ କଲେ ସାଧାରଣ ଅଞ୍ଚଳ ବାସୀ ଖୁସି ପ୍ରକଟ କରିବେ।