ହାରିଗଲେ ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀ,ବିଜୟୀ ହେଲେ ବିଜେପି ପ୍ରାର୍ଥୀ ଅମର ନାୟକ ।

ବଡଚଣାରେ କାମ ଦେଲାନି ବିଜେଡିର ସେଲିବ୍ରିଟି କାର୍ଡ । ବର୍ଷା ପ୍ରିୟଦର୍ଶିନୀଙ୍କୁ ହରାଇ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ଅମର ନାୟକ । ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ ବର୍ଷାଙ୍କୁ ପଛରେ ପକାଇ ଅମରଙ୍କ ଗାଡି ଆଗେଇ ଯାଇଥିଲା । ଆଉ ଶେଷରେ ସେ ବିଜୟୀ ଲାଭ କରିଛନ୍ତି ।

ବଡଚଣାରେ ବିଜେଡିର ପୂର୍ବତନ ବିଜେଡି ବିଧାୟକ ଅମର ଶତପଥୀ ଲଗାତାର ୨ ଥର ଜିତି ନିଜ ଗଡ଼ ସୁରକ୍ଷିତ ରଖିଥିବା ବେଳେ ୨୦୨୪ ନିର୍ବାଚନରେ ତାଙ୍କ ଟିକେଟ କଟିଥିଲା। ଦଳ ଅଭିନେତ୍ରୀ ବର୍ଷା ପ୍ରିଦର୍ଶିନୀଙ୍କୁ କରିଥିଲା ପ୍ରାର୍ଥୀ। ବର୍ଷା ଜିତିବା ନେଇ ସମସ୍ତେ ବେଶ୍ ଆଶାବାଦୀ ଥିବାବେଳେ ରେଜଲ୍ଟ କରିଛି ଆଶ୍ଚର୍ଯ୍ୟ। ବଡ଼ଚଣାବାସୀ ଅମରଙ୍କୁ ଭରସା କରି ବିଜୟ ଟିକା ପିନ୍ଧାଇଛନ୍ତି।