ହିଂସା ପରେ ମଣିପୁର ବାସୀ ପାଇଲେ ମୁଖ୍ୟମନ୍ତ୍ରୀ

ଘୋଷଣା ହେଲା ମଣିପୁରର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ। ୟୁମନାମ ଖେମଚନ୍ଦ ସିଂ ହେବେ ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ। ୟୁମନାମ ଖେମଚାନ୍ଦ ସିଂହଙ୍କୁ ମଣିପୁର ବିଧାୟକ ଦଳର ନେତା ଭାବରେ ନିର୍ବାଚିତ କରାଯାଇଛି। ୟୁମନାମ ଖେମଚାନ୍ଦ ସିଂହ ମଣିପୁରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।ମଣିପୁରରେ ଦୀର୍ଘ ସମୟ ଧରି ଜାତିଗତ ହିଂସା ମଧ୍ୟରେ ୨୦୨୫ ଫେବୃଆରୀ ୯ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ଇସ୍ତଫା ଦେବା ପରଠାରୁ ଏହି ପଦବୀ ଖାଲି ପଡ଼ିଛି । ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାର କିଛି ଦିନ ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା । ମଙ୍ଗଳବାର ନୂଆଦିଲ୍ଲୀରେ ଦଳୀୟ ବୈଠକ ପରେ ମଣିପୁର ବିଜେପିର ବିଧାୟକ ଦଳ ନେତା ଭାବେ ୱାଇ ଖେମଚାନ୍ଦ ସିଂହଙ୍କ ନାମ ଘୋଷଣା କରାଯାଇଥିଲା ।