ହୁତୁ ହୁତୁ ହୋଇ ଜଳିଗଲା ବସ୍:ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଜଳିଗଲା ବସ୍ । ଅଗ୍ନିକାଣ୍ଡରେ ୨୦ ଜଣ ଯାତ୍ରୀଙ୍କ ଜୀବନ୍ତ ଦଗ୍ଧ ହେବାର ସମ୍ଭାବନା । ମର୍ମନ୍ତୁଦ ଦୁର୍ଘଟଣା କର୍ଣ୍ଣୁଲ ଜିଲ୍ଲା ବେଙ୍ଗାଳୁରୁ-ହାଇଦ୍ରାବାଦ ଜାତୀୟ ରାଜପଥରେ ଘଟିଛି।ଦୁର୍ଘଟଣାରେ୨୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥାଇପାରେ, କିନ୍ତୁ ଏପର୍ଯ୍ୟନ୍ତ ସରକାରୀ ରିପୋର୍ଟ ମିଳିନାହିଁ । ବସ୍ଟି ୪୨ ଜଣ ଯାତ୍ରୀଙ୍କୁ ନେଇଯାଉଥିଲା । ନିଆଁ ଲାଗିବା ସମୟରେ ୧୦ ରୁ ୧୨ ଜଣ ଯାତ୍ରୀ ବାହାରକୁ ଡେଇଁ ଦୌଡ଼ି ପଳାଇଥିଲେ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କଲ୍ଲୁର ମଣ୍ଡଳର ଚିନ୍ନାଟେକୁରୁ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ଏକ ବସ୍ ଏକ ବାଇକ୍କୁ ଧକ୍କା ଦେଇଥିଲା। ବାଇକଟି ବସ୍ ତଳେ ଫସି ଯାଇଥିଲା ଏବଂ ବିସ୍ଫୋରଣ ହୋଇଥିଲା, ଯାହା ଫଳରେ ବସରେ ସଙ୍ଗେ ସଙ୍ଗେ ନିଆଁ ଲାଗିଯାଇଥିଲା ।ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଏକ ମର୍ମନ୍ତୁଦ ବସ୍ ଅଗ୍ନିକାଣ୍ଡ ଦୁର୍ଘଟଣାରେ ପ୍ରାଣହାନି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମୁଁ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରି ସହାୟତା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ବର୍ଗଙ୍କୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଲେଖାଏ ଅନୁକମ୍ପାମୂଳକ ସହାୟତା ମିଳିବ। ଆହତଙ୍କ ଆଶୁଆରୋଗ୍ୟ କାମନା ସହ ପ୍ରଧାନମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ କରିଛନ୍ତି।
