ହୃଦ୍‌ରୋଗୀଙ୍କ ପାଇଁ ଉପକାରୀ ଚେରି କେତେ ଉପକାରୀ ଜାଣନ୍ତୁ

ଚେରି ସ୍ବାସ୍ଥ୍ୟ ପକ୍ଷେ ଖୁବ୍‌ ଭଲ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଜାଣନ୍ତୁ ଏହାର ଉପକାରୀ ଗୁଣ ସମ୍ପର୍କରେ |ଏଥିରେ କାର୍ବୋହାଇଡ୍ରେଟ୍‌, ଭିଟାମିନ ‘ଏ’, ଭିଟାମିନ ‘ବି’ ଏବଂ ଭିଟାମିନ ‘ସି’, ବିଟାକିରୋଟିନ, କ୍ୟାଲ୍‌ସିୟମ ଏବଂ ପୋଟାସିୟମ ପ୍ରଚୁର ପରିମାଣର ରହିଛି।

ଗବେଷଣାରୁ ଜଣାପଡ଼ିଛି, ପ୍ରତ୍ୟେକ ଦିନ ସକାଳୁ ଏବଂ ଶୋଇବା ପୂର୍ବରୁ ଚେରି ଜୁସ ପିଇଲେ ଭଲ ନିଦ ହୋଇଥାଏ। ୫୦ରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତିଙ୍କ ପାଇଁ ଚେରି ଜୁସ୍‌ ଖୁବ୍‌ ଲାଭଦାୟକ।ନିୟମିତ ଚେରି ଖାଇଲେ ତ୍ୱଚାରେ ଉଜ୍ଜ୍ୱଳତା ଆସିଥାଏ।ହୃଦ୍‌ରୋଗୀଙ୍କ ପାଇଁ ଚେରି ଖୁବ୍‌ ଭଲ। ଚେରି ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହେ। ଫଳରେ ହୃଦ୍‌ଘାତ ଆଶଙ୍କା କମ୍‌ ଥାଏ।ଓଜନ ହ୍ରାସ କରିବାକୁ ଚାହୁଁଥିଲେ ଚେରି ଖାଇବା ଭଲ। ଏଥିରେ ଫ୍ୟାଟ୍‌ ନାହିଁ।