ହେମା ମାଳିନୀଙ୍କ ଝିଅ ଇଶା ଦେଓଲ ଛାଡପତ୍ର ନେବେ !

ଡ୍ରିମ୍‌ ଗର୍ଲ ତଥା ହେମା ମାଳିନୀଙ୍କ ଝିଅ ଇଶା ଦେଓଲ ବୃତ୍ତିଗତ ଠାରୁ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ଅଛନ୍ତି। ଏହି ସମୟରେ ଇଶା ଦେଓଲଙ୍କ ବିଷୟରେ ଏଭଳି ଖବର ସାମ୍ନାକୁ ଆସିଛି। ଶା ସ୍ୱାମୀଙ୍କୁ ଛାଡପତ୍ର ଦେବା ନେଇ ଖବର ଶୁଣିବାକୁ ମିଳିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଖବର ଅନୁଯାୟୀ ଅଭିନେତ୍ରୀ ତାଙ୍କ ସ୍ୱାମୀ ଭରତ ତଖତାନୀଙ୍କ ଠାରୁ ଅଲଗା ହେବାକୁ ଚାହୁଁଛନ୍ତି। ସୋସିଆଲ ମିଡ଼ିଆରେ ଏକ ଭାଇରାଲ ପୋଷ୍ଟରୁ ଏହା ଜଣାପଡିଛି। ଏକ ସୋସିଆଲ ମିଡିଆ ବ୍ୟବହାରକାରୀ ରେଡ୍ଡିଟରେ ଏକ ପୋଷ୍ଟ ଶେୟାର କରିଥିଲେ ଏବଂ ଏଥିରେ ଦର୍ଶାଇଥିଲେ ଯେ ଇଶା ଏବଂ ଭରତ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି।

ସେଥିପାଇଁ ସେମାନଙ୍କୁ ଆଉ ସର୍ବସାଧାରଣରେ ଏକାଠି ଦେଖାଯାଉ ନାହିଁ। ନୂଆବର୍ଷରେ ବେଙ୍ଗାଲୁରୁର ଏକ ପାର୍ଟିରେ ଇଶାଙ୍କ ସ୍ୱାମୀ ଭାରତଙ୍କୁ ତାଙ୍କର ଗର୍ଲଫ୍ରେଣ୍ଡଙ୍କ ସହିତ ଦେଖିବାକୁ ମିଳିଥିଲା। ଏହି କାରଣରୁ ଇଶା ସ୍ୱାମୀଙ୍କୁ ଛାଡପତ୍ର ଦେବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।