ହୋଟେଲ ରୁମରୁ ଯୁବକଙ୍କ ମୃତଦେହ ଉଦ୍ଧାର।ଯୁବକଙ୍କ ସହ ରାତି କଟାଇଥିବା ମହିଳା ଫେରାର
ହୋଟେଲ ରୁମରୁ ଯୁବକଙ୍କ ମୃତଦେହ ଉଦ୍ଧାର। ବାଲେଶ୍ବର ଜିଲ୍ଲାର ସହଦେବଖୁଣ୍ଟା ପୋଲିସ ସୀମା ଅନ୍ତର୍ଗତ ଏକ ହୋଟେଲ ରୁମରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖିଛି । ସୂଚନାମୁତାବକ ସହରର ଏକ ଜଣାଶୁଣା ହୋଟେଲରେ ରହିଥିଲେ ଦୁଇ ଯୁବକ ଓ ଜଣେ ଯୁବତୀ । ସେମାନେ ତିନିଜଣ ହୋଟେଲ ରୁମ ବୁକ୍ କରିବା ପାଇଁ ନକଲି କାଗଜପତ୍ର ବ୍ୟବହାର କରିଥିଲେ।ହୋଟେଲ୍ରେ ରାତି କଟାଇଲେ ୩ ଜଣ । ଶନିବାର ସକାଳୁ ମିଳିଲା ଜଣଙ୍କ ମୃତଦେହ । ଶୁକ୍ରବାର ଠାରୁ ହୋଟେଲ୍ ରୁମ୍ ଭିତରେ ପଡ଼ି ରହିଥିଲା ମୃତଦେହ । ମୃତକ ହେଉଛନ୍ତି ଆକାଶ ମହାନ୍ତ । ତେବେ ଆକାଶଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସନ୍ଦେହରେ ଜଣେ ଯୁବକଙ୍କ ସହ ହୋଟେଲ୍ ରୁମ୍ରେ ରାତି କଟାଇଥିବା ଯୁବତୀ । ଆକାଶଙ୍କ ବନ୍ଧୁ ରାମ ଚନ୍ଦ୍ର ସିଂକୁ ପୋଲିସ ଅଟକ ରଖିଥିବା ବେଳେ ଫେରାର ଯୁବତୀଙ୍କୁ ଖୋଜୁଛି ପୋଲିସ ।
