ହ୍ୟାକର ଠାରୁ କିପରି ଦୂରେଇ ରହିପାରିବ ନିଜର ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡର |

ବଢ଼ିବାରେ ଲାଗିଛି ଡିଜିଟାଲ କାରବାର । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରାୟ ସମସ୍ତେ ବର୍ତ୍ତମାନ ଟଙ୍କା ଦେଣନେଣ ଡିଜିଟାଲ ମାଧ୍ୟମରେ କରୁଛନ୍ତି । ହେଲେ ସବୁଠାରୁ ବଡ଼ କଥା ହେଉଛି ଡିଜିଟାଲ ନେଣଦେଣକୁ ନେଇ ସକ୍ରିୟ ହେଲେଣି ସାଇବର ଅପରାଧୀ । ଅନକେ ସମୟରେ ସାଧାରଣ ଲୋକ ଏହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୧୪୦ଟି ଦେଶରେ ଏନେଇ ବିଚାରବିମର୍ଶ ହେଉଛି । ୪ ଲକ୍ଷ ପେମେଣ୍ଟ କାର୍ଡକୁ ନେଇ ଏ ସମ୍ପର୍କରେ ଅଧ୍ୟୟନ କରାଯାଉଛି । ଏହି ଅଧ୍ୟୟନରେ କୁହାଯାଉଛିକି ସାଇବର ଅପରାଧୀମାନେ କାର୍ଡର ନମ୍ବର ସହ ସିଭିଭି ଅନୁମାନ କରିବାକୁ ଚେଷ୍ଟା କରୁଛନ୍ତି । କାର୍ଡ ସମ୍ପର୍କୀୟ ସମସ୍ତ ତଥ୍ୟ ସେମାନଙ୍କର ହସ୍ତଗତ ହେବା ପରେ ମାତ୍ର ୬ ସେକେଣ୍ଡରେ ଆପଣଙ୍କ କାର୍ଡକୁ ହ୍ୟାକ୍‌ କରେବାକୁ ସକ୍ଷମ ହେଉଛନ୍ତି ସାଇବର ଅପରାଧୀ ।

ତେବେ ଆପଣ ଏହି ହ୍ୟାକର ଠାରୁ କିପରି ଦୂରେଇ ରହିପାରିବେ । ନିଜର ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡର ସୁରକ୍ଷା ପ୍ରତି ପଦକ୍ଷେପ କିଭଳି ନେଇପାରିବେ ଆସନ୍ତୁ ଜାଣିବା ।

ଆପଣ ବ୍ୟବହାର କରୁଥିବା କୌଣସି କାର୍ଡ ପ୍ରତି ଯଦି ଆପଣଙ୍କର କିଛି ସନ୍ଦେହ ହୁଏ । ତେବେ ଆପଣ ବ୍ୟବହାର କରିଥିବା ମାସିକ ସମସ୍ତ ତଥ୍ୟ ଯାଞ୍ଚ ଉଚିତ୍‌ । ତାହା ସହ ବ୍ୟାଙ୍କ ଆପଣଙ୍କୁ ଦେଇଥିବା ସମସ୍ତ ବିଜ୍ଞପ୍ତିକୁ ନଜର ଦେବା ସହ ତାହାର ଉତ୍ତର ନିଶ୍ଚୟ ଦିଅନ୍ତୁ । ଆପଣ ଯେଉଁ କାର୍ଡଟି ନିତ୍ୟ ବ୍ୟବହାର କରୁଛନ୍ତି ସେହି କାର୍ଡରେ ଅଳ୍ପ ପରିମାଣର ଟଙ୍କା ରଖନ୍ତୁ । ପ୍ରତ୍ୟେକ କାର୍ଯ୍ୟ ପାଇଁ ଏକ ଅଲଗା ଅଲଗା ବ୍ୟାଙ୍କ ଆକାଉଣ୍ଟ ରଖିବା ନିହାତି ଆବଶ୍ୟକ ।

ଏହି ଘଟଣାକୁ ନେଇ ଆରବିଆଇ ନିକଟରେ କିଛି ତଥ୍ୟ ପ୍ରକାଶ କରିଥିଲା । ଆରବିଆଇ କହିଥିଲା ଏହି ସମସ୍ତ ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ ପଦକ୍ଷେପ ନିଆଯାଉଛି । ତାହା ସହ ଆରବିଆଇ ସ୍ପଷ୍ଟ କରିଛି ଫୋନ୍‌ ମାଧ୍ୟମରେ କୌଣସି ଲୋନ୍‌ କିମ୍ବା ଟଙ୍କା ନେଣଦେଣ ଉପରେ ବିଶ୍ବାସ କରେନ୍ତୁ ନାହିଁ ।